ଆମ ବିଷୟରେ

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ’’ ରାଜ୍ୟରେ ଡିପ୍ଲୋମା ଓ ଆଇଟିଆଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରିଚାଳନା କରୁଛି ଏବଂ ଇଂଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ରରେ ବୈଷୟିକ ତାଲିମପ୍ରାପ୍ତ ମାନବସମ୍ବଳ ପ୍ରଦାନ କରେ; ଯେଉଁମାନେ ପରୀକ୍ଷା ସଂଚାଳନ, ମୂଲ୍ୟାଙ୍କନ ଓ ପରୀକ୍ଷାଫଳ ପ୍ରକାଶ କରି ଏହି ପରିଷଦର ମୂଳ ଦାୟିତ୍ୱକୁ ସାକାର କରିଥାଆନ୍ତି। ଏହି ପରିଷଦର ମୁଖ୍ୟ ବ୍ରତ ହେଉଛି, ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ କ୍ଷେତ୍ରରେ ଗୁଣବତ୍ତା ଓ ସୃଜନଶୀଳତାକୁ ପ୍ରସାରିତ କରିବା ଏବଂ ବ୍ୟବହାର୍ଯ୍ୟ ପାଠ୍ୟକ୍ରମ ପ୍ରଚଳନ କରି ବୈଷୟିକ ଅନୁଷ୍ଠାନଗୁଡ଼ିକୁ ବିଶ୍ୱସ୍ତରର ଉତ୍କର୍ଷ କେନ୍ଦ୍ରକୁ ଉନ୍ନୀତ କରିବା।

ଡିପ୍ଲୋମା ପାଠ୍ୟକ୍ରମଗୁଡ଼ିକ:

‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ’’ (ଏସ୍‌ସିଟିଇ ଏଣ୍ଡ୍‌ ଭିଟି) ୩ ବର୍ଷିଆ ନିୟମିତ ଡିପ୍ଲୋମା ଏବଂ ୨ ବର୍ଷିଆ ସହଜ ପ୍ରବେଶ ଡିପ୍ଲୋମା ପାଠ୍ୟକ୍ରମର ଇଂଜିନିୟରିଂ ବିଷୟଗୁଡ଼ିକ ନିମ୍ନମତେ:

ଆଇ.ଟି.ଆଇ. ପାଠ୍ୟକ୍ରମ:

‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ’’ (ଏସ୍‌ସିଟିଇ ଏଣ୍ଡ୍‌ ଭିଟି) ୨ ବର୍ଷିଆ ଆଇ.ଟି.ଆଇ. ନିୟମିତ ପାଠ୍ୟକ୍ରମ ନିମ୍ନୋକ୍ତ ବିଷୟରେ ପ୍ରଦାନ କରିଥାଏ:

‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ’’ (ଏସ୍‌ସିଟିଇ ଏଣ୍ଡ୍‌ ଭିଟି)ର ଏକ ପ୍ରମୁଖ ଭୂମିକା ରହିଛି ‘‘ଓଡ଼ିଶାରେ ଦକ୍ଷତାପ୍ରାପ୍ତ’’ ମିଶନରେ। ଶିକ୍ଷାଦାନ ଆଧାରିତ ଭୂମିକାରେ ଉତ୍କର୍ଷ ପ୍ରତିପାଦନ କରିବାର ଦାୟିତ୍ୱ ଏହା ଉପରେ ନ୍ୟସ୍ତ ଅଛି। ଏଥିପାଇଁ ଏହି ପରିଷଦ, ପାଠ୍ୟକ୍ରମ ପ୍ରସ୍ତୁତ କରେ, ପରୀକ୍ଷା ସଂଚାଳନ କରେ ଏବଂ ଆଇଟିଆଇ ଓ ଡିପ୍ଲୋମା ଅନୁଷ୍ଠାନର ପ୍ରଶିକ୍ଷାର୍ଥୀ ଓ ବିଦ୍ୟାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରେ।
ପ୍ରଶିକ୍ଷଣ ଓ ମୂଲ୍ୟାଙ୍କନରେ ଆନ୍ତର୍ଜାତୀୟ ମାନ ହାସଲ କରିବା ପାଇଁ, ଏହାର ପ୍ରକ୍ରିୟା ଓ କାର୍ଯ୍ୟଧାରାରେ ଏକ ବିସ୍ତୃତ ପରିବର୍ତ୍ତନ ପାଇଁ ନିୟାମକ ନିକାୟ ଚେଷ୍ଟିତ ହୋଇଛି। ଏହାର ଅନେକ ମୁଖ୍ୟକାର୍ଯ୍ୟଗୁଡ଼ିକର ସଂପୂର୍ଣ୍ଣ ସ୍ୱଚ୍ଛତା ପାଇଁ ସେସବୁକୁ ଅନ୍‌ଲାଇନ୍‌ ସେବାରେ ରୂପାନ୍ତରିତ କରାଯାଇଛି,ଯାହା ଉଭୟ ପ୍ରଶିକ୍ଷାର୍ଥୀମାନଙ୍କୁ ଓ ଅନୁଷ୍ଠାନ ସମୂହକୁ ବିଭୀନ୍ନ କାର୍ଯ୍ୟ ସଂପାଦନ ଓ ସେବା ହାସଲରେ ସୁବିଧାର କାରଣ ହୋଇଅଛି। ଉତ୍ତରଖାତାଗୁଡ଼ିକର ଇ-ମୂଲ୍ୟାଙ୍କନ ସମେତ ବିଦ୍ୟାର୍ଥୀମାନଙ୍କର ଡୁପ୍ଲିକେଟ୍‌ ପ୍ରମାଣପତ୍ର, ଦସ୍ତାବିଜ୍‌ ତନଖି, ମାଇଗ୍ରେସନ ପ୍ରମାଣପତ୍ର ଇତ୍ୟାଦି ପାଇଁ ଅନ୍‌ଲାଇନ୍‌ ସେବା ଚାଲୁ କରାଯାଇଛି। ଏହା ସହ ଅନ୍‌ଲାଇନ୍‌ ପରୀକ୍ଷା କାର୍ଯ୍ୟାବଳୀ, ଡିଜିଲକର ସୁବିଧା ଏବଂ ଅନ୍‌ଲାଇନ୍‌ ଫିସ୍‌ ପୈଠ ସେବା ମଧ୍ୟ ଜାରି କରାଯାଇଛି। ସେହିଭଳି ଅନ୍‌ଲାଇନ୍‌ ପରୀକ୍ଷା, ପ୍ରଶ୍ନପତ୍ରଗୁଡ଼ିକର ଇ-ବିତରଣ, ଇ-କାର୍ଯ୍ୟାଳୟ, ଅନ୍‌ଲାଇନ୍‌ ସହବନ୍ଧନ ପ୍ରକ୍ରିୟା ଇତ୍ୟାଦି ମଧ୍ୟ ଆଗାମୀ ଶିକ୍ଷାବର୍ଷ ଠାରୁ ଆରମ୍ଭ କରିବାକୁ ବ୍ୟବସ୍ଥା ହୋଇଛି।
ଏହି ସବୁ ଅନ୍‌ଲାଇନ୍‌ କ୍ରିୟା ଓ ସେବାଗୁଡ଼ିକ ସହଜରେ ହାସଲ କରିହେବ। ଏଥିପାଇଁ ‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ’’ ଏକ ଡାଇନାମିକ୍‌ ୱେବ୍‌ ପୋର୍ଟାଲ ଜାରି କରିଛି। ଏହି ପୋର୍ଟାଲ ଗୁଣବତ୍ତାସମ୍ପନ୍ନ ସେବା ପ୍ରଦାନ କରିବା ସହ ସମସ୍ତ ଅଂଶଗ୍ରାହୀମାନଙ୍କର ବିଶେଷତଃ ବିଦ୍ୟାର୍ଥୀମାନଙ୍କର ଆବଶ୍ୟକତା ପୂରଣ କରିବ। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ସଫଳତା ଓ ପ୍ରୟାସଗୁଡ଼ିକର ସୂଚନା ସବୁକୁ ମଧ୍ୟ ଏହା ପ୍ରକଟନ କରିବ।
ଆଗକୁ ଅଧିକ ଉପାଦେୟ କରିବା ପାଇଁ ତଥା ସେବାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ଏହି ପୋର୍ଟାଲର ଉନ୍ନତି କରିଚାଲିବୁ। ଏହି ପୋର୍ଟାଲକୁ ବ୍ୟବାହାର କରି ମୂଲ୍ୟବାନ୍‌ ମତାମତ ଦେବାକୁ ମୁଁ ନିମନ୍ତ୍ରଣ କରୁଛି। ଦୟାକରି ସୋସିଆଲ ମିଡ଼ିଆ ଚ୍ୟାନେଲ ମାଧ୍ୟମରେ ଆମ ସଂପର୍କରେ ରହନ୍ତୁ – ଟ୍ୱିଟରରେ @Sdte_Odisha ଏବଂ ଫେସ୍‌ବୁକ୍‌ରେ @SdteOdisha । ସୃଜନଶୀଳ ମାର୍ଗରେ ଉତ୍ତମ ସେବା ପ୍ରଦାନ ଉପରେ ଆମେ ନଜର ଦେଉଛୁ।