SCTE VT

ସାଂଗଠନିକ ରୂପରେଖ

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌.ଟି.ଇ.ଭି.ଟି.)ର ‘ ଓଡ଼ିଶାରେ-ଦକ୍ଷତାପ୍ରାପ୍ତ ’ କୁ ପୂରା କରିବା ଦିଗରେ ଏହି ପରିଷଦ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି ଶୈକ୍ଷିକ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିବାକୁ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତି କରିବା, ପରୀକ୍ଷା ସଂଚାଳନ ଏବଂ ଆଇଟିଆଇ ଓ ଡିପ୍ଲୋମା ଅନୁଷ୍ଠାନର ପ୍ରଶିକ୍ଷାର୍ଥୀ ଓ ବିଦ୍ୟାର୍ଥୀମାନଙ୍କୁ ପ୍ରମାଣନ କରିବା।

ଆନ୍ତର୍ଜାତୀୟ ମାନର ତାଲିମ ଓ ମୂଲ୍ୟାୟନ ହାସଲ କରିବା ପାଇଁ ନିୟାମକ ନିକାୟ ଏହାର ପ୍ରକ୍ରିୟା ଓ କ୍ରିୟା ଗୁଡ଼ିକରେ ଏକ ବିସ୍ତୃତ ପରିବର୍ତନ ଆଣିବା ପାଇଁ ଚେଷ୍ଟିତ। ଏହାର ଅନେକ କ୍ରିୟା ସବୁ ଅନ୍‌ଲାଇନ୍‌ରେ ସମ୍ଭବ ହେଉଛି; ଯାହା ଦ୍ୱାରା ସଂପୂର୍ଣ ସ୍ୱଚ୍ଛତା ବଜାୟ ରଖିହେଉଛି, ସହଜରେ ଉଭୟ ପ୍ରଶିକ୍ଷାର୍ଥୀ ଓ ଅନୁଷ୍ଠାନମାନେ ହାସଲ କରିପାରୁଛନ୍ତି। ଆମ୍ଭେ ଉତ୍ତରଖାତାଗୁଡ଼ିକର ଇ-ମୂଲ୍ୟାଙ୍କନ କାର୍ଯ୍ୟକାରୀ କରିଛୁ; ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ୍‌ ସେବା(ନକଲି ପ୍ରମାଣପତ୍ର, ଦସ୍ତାବିଜ୍‌ ଯାଞ୍ଚ, ମାଇଗ୍ରେସନ ପ୍ରମାଣପତ୍ର ଆଦିର ), ଅନ୍‌ଲାଇନ୍‌ ପରୀକ୍ଷା କାର୍ଯ୍ୟାବଳୀ, ଡିଜିଲକର ସୁବିଧା ଏବଂ ଫିଗୁଡ଼ିକର ଅନ୍‌ଲାଇନ୍‌ ପୈଠ ଜାରି କରିଛୁ। ସେହିପରି ଅନ୍‌ଲାଇନ୍‌ ପରୀକ୍ଷା, ପ୍ରଶ୍ନପତ୍ରଗୁଡ଼ିକର ଇ-ଚାଲାଣ, ଇ-କାର୍ଯ୍ୟାଳୟ, ଅନ୍‌ଲାଇନ୍‌ ସହବନ୍ଧନ ପ୍ରକ୍ରିୟା ଇତ୍ୟାଦି ପ୍ରଚଳନକୁ ଏହି ଶିକ୍ଷାବର୍ଷରୁ ସୁନିଶ୍ଚିତ କରିବାର ସବୁ ପ୍ରସ୍ତୁତି ସାରିଛୁ।

ଏହି ଅନ୍‌ଲାଇନ୍‌ କ୍ରିୟାଗୁଡ଼ିକୁ ସହଜ ଓ ସୁଗମ କରିବା ପାଇଁ ଏହି ପରିଷଦ ଏହି ନୂଆ ଓ ସ୍ଫୁର୍ତ୍ତିମାନ୍‌ ୱେବ୍‌ପୋର୍ଟାଲ ଆରମ୍ଭ କରିଛି। ଏହି ପୋର୍ଟାଲ ଗୁଣବତ୍ତାସମ୍ପନ୍ନ ସେବା ପ୍ରଦାନ କରିବ, ଯାହା ସମସ୍ତ ଅଂଶଗ୍ରାହୀ, ନିର୍ଦିଷ୍ଟତଃ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ପୂରଣ କରିବ। ବୈଷୟିକ ଶିକ୍ଷା ଓ ଦକ୍ଷତା ନିର୍ମାଣ କ୍ଷେତ୍ରରେ ଆମର ଉଦ୍ୟମ ଓ ସଫଳତା ଗୁଡ଼ିକର ଏହା ଏକ ପ୍ରଦର୍ଶନବାକ୍ସ ଭଳି ହେବ।

ଆମେ ପୋର୍ଟାଲର ନିରନ୍ତର ଉନ୍ନତି ବିଧାନ କରିଚାଲିବୁ, ଯେପରିକି ଏଥିରେ ପ୍ରବେଶ କରିବା ଆହୁରି ସହଜ ଓ ସୁଗମ ହେବ ଏବଂ ଉତ୍ତମ ସେବା ପ୍ରଦାନ କରାଯାଇପାରିବ। ତେଣୁ ମୁଁ ଆହ୍ୱାନ କରୁଛି କି ଆପଣ ପୋର୍ଟାଲକୁ ତନ୍ନତନ୍ନ କରି ଦେଖନ୍ତୁ ପଢ଼ନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ; ଯାହାଫଳରେ ଆମେ ଏଥିରେ ଉନ୍ନତି ଆଣିପାରିବୁ। ଆମର ସାମାଜିକ ମାଧ୍ୟମ ଚ୍ୟାନେଲଗୁଡ଼ିକରେ ଆମ ସହ ସଂପର୍କ କରିପାରିବେ; ଟ୍ୱିଟରରେ
@Sdte_Odisha ଏବଂ ଫେସ୍‌ବୁକ୍‌ରେ @sdteodisha । ସୃଜନଶୀଳ ମାର୍ଗରେ ଉତ୍ତମ ସେବା ପ୍ରଦାନ କରିବାକୁ ଆମେ ସତତ ଚେଷ୍ଟିତ।

ଉଦ୍ଦେଶ୍ୟଗୁଡ଼ିକ

ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି:

ଅଧିକ ପଢ଼ନ୍ତୁ

ସାଂଗଠନିକ ଢାଞ୍ଚା:

ସାଂଗଠନିକ ଢାଞ୍ଚା ଦେଖିବା ପାଇଁ ‘‘ଅଧିକ ପଢ଼ନ୍ତୁ’’ ବୋତାମ ଉପରେ କ୍ଲିକ୍‌ କରନ୍ତୁ

ଅଧିକ ପଢ଼ନ୍ତୁ

ପରିଷଦ ବିଷୟରେ:

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ(ଏସ୍‌.ଟି.ଇ.ଭି.ଟି.) ହେଉଛି ରାଜ୍ୟର ଡିପ୍ଲୋମା ଓ ଆଇ.ଟି.ଆଇ. ଅନୁଷ୍ଠାନଗୁଡ଼ିକର ପରୀକ୍ଷାକାରୀ ଓ ପ୍ରମାଣପତ୍ର ପ୍ରଦାନକାରୀ ଶୀର୍ଷ ସଂସ୍ଥା। ଏସ୍‌.ଟି.ଇ.ଭି.ଟି. ପରୀକ୍ଷା ପରିଚାଳନା କରେ, ମୂଲ୍ୟାଙ୍କନ କରେ ଏବଂ ପରିଷଦର ପୋର୍ଟାଲରେ ଫଳ ପ୍ରକାଶ କରେ। ଏସ୍‌.ଟି.ଇ.ଭି.ଟି.ର ମୂଳ ବ୍ରତ ହେଉଛି ଗୁଣବତ୍ତା ସଂପନ୍ନ ଓ ସୃଜନଶୀଳ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣର ପ୍ରସାର କରିବା ଏବଂ ବୈଷୟିକ ଅନୁଷ୍ଠାନଗୁଡ଼ିକୁ ଶିଳ୍ପ-କୈନ୍ଦ୍ରିକ ପାଠ୍ୟକ୍ରମ ଖସଡ଼ା ଜରିଆରେ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା। ଭାରତରେ ସାଧାରଣତଃ ବୈଷୟିକ ଶିକ୍ଷା ତିନିଟି ସ୍ତରରେ ପ୍ରଦାନ କରାଯାଇଥାଏ, ତାହା ହେଉଛି: ବ୍ୟାପକ ଭାବରେ ଆଇ.ଟି.ଆଇ., ଡିପ୍ଲୋମା ଓ ଡିଗ୍ରୀ। ଉତ୍ତୀର୍ଣ ହୋଇଥିବା କେତେକ ସ୍ନାତକ ଛାତ୍ର ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହୋଇଥାଆନ୍ତି ତଥା ଗବେଷଣାରେ ସାମିଲ ହୋଇଥାଆନ୍ତି

ଇଂଜିନିୟରିଂ ଓ ପ୍ରଯୁକ୍ତି, ଫାର୍ମାସୀ, ସ୍ଥାପତ୍ୟ, ସୌନ୍ଦର୍ଯ୍ୟଚର୍ଯ୍ୟା, ଚଳଚ୍ଚିତ୍ର ଓ ଦୂରଦର୍ଶନ ଏବଂ ଭେଷଜ ସଂକ୍ରାନ୍ତ ବିଭିନ୍ନ କ୍ଷେତ୍ରରେ ଡିପ୍ଲୋମାଧାରୀମାନଙ୍କୁ ସୃଷ୍ଟି କରିବାରେ ଡିପ୍ଲୋମା ସ୍ତରର ଅନୁଷ୍ଠାନମାନେ ଗୁରୁତ୍ୱପୂର୍ଣ ଭୂମିକା ତୂଲାଇଥାଆନ୍ତି। ଏହି ଡିପ୍ଲୋମା ଉତ୍ତୀର୍ଣମାନେ ଦକ୍ଷତାସମ୍ପନ୍ନ ଟେକ୍‌ନିସିଆନ୍‌, ସୁପରଭାଇଜର ଓ ମଧ୍ୟସ୍ତରୀୟ ବୈଷୟିକ ପ୍ରଶିକ୍ଷିତ ଲୋକଶକ୍ତି ରୂପେ ଶିଳ୍ପକ୍ଷେତ୍ର/ ସରକାରୀ ବିଭାଗ/ ସାଧାରଣ ଉଦ୍ୟୋଗ କ୍ଷେତ୍ର/ପ୍ରତିରକ୍ଷା/ରେଳବାଇ ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ସେବାବୃତ୍ତ ହୋଇଥାଆନ୍ତି। ଇସ୍ପାତ, ସ୍ପଞ୍ଜ୍‌ ଲୌହ, ବିଦ୍ୟୁତ୍‌, ରସ(ଆଲୁମିନିୟମ୍‌), ସୂଚନା ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ କାରଣରୁ ବିଭିନ୍ନ ବୃହତ୍‌ ଘରୋଇ କମ୍ପାନୀ ଯଥା: ଜିନ୍ଦଲ, ବେଦାନ୍ତ, ଏସାର ଷ୍ଟିଲ୍‌ ଇତ୍ୟାଦିରେ ସୁଯୋଗ ସୃଷ୍ଟି ହେଉଛି। ରହିଥିବା ସାଧାରଣ ଉଦ୍ୟୋଗଗୁଡ଼ିକ ଯେମିତିକି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌, ନାଲ୍‌କୋ, ଏନ୍‌.ଟି.ପି.ସି., ଇବ୍‌ ଭ୍ୟାଲୀ ପ୍ରକଳ୍ପ ଇତ୍ୟାଦି ମଧ୍ୟ ରହିଛି। ଦେଶର ପୂର୍ବ ଭାଗରେ ଓଡ଼ିଶା ଏକ ଶିଳ୍ପାୟନର କେନ୍ଦ୍ରସ୍ଥଳରେ ପରିଣତ ହେଉଛି। ଏହି ସବୁ ଦୃଷ୍ଟିରୁ ଡିପ୍ଲୋମାଧାରୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିର ନିଶ୍ଚିତ ସମ୍ଭାବନାକୁ ସାମନା କରିବାକୁ ‘‘ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍‌ନିକାଲ ଏଜୁକେସନ୍‌’’ ଏବଂ ରାଜ୍ୟ ସରକାରଙ୍କ ମାନକ ଆଧାରରେ ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱରଙ୍କ ସହବନ୍ଧନ ଅନୁଯାୟୀ ବହୁ ସଂଖ୍ୟାରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ବହୁବୃତ୍ତିକ (ପଲିଟେକ୍‌ନିକ୍‌) ଶିକ୍ଷାକୁ ସଂପ୍ରସାରିତ କରିବା ପାଇଁ ଏବଂ ସେଗୁଡ଼ିକ ଜରିଆରେ ରାଜ୍ୟରେ ଗୁଣଶବତ୍ତାସମ୍ପନ୍ନ ବୈଷୟିକ ଶ୍ରମଶକ୍ତି ସୃଷ୍ଟି କରିବାକୁ ସରକାର ବେଶ୍‌ ଆଗ୍ରହୀ ଅଛନ୍ତି।

ପ୍ରଶାସନ ଓ ପ୍ରଣାଣନ

ରାଜ୍ୟର ସରକାରୀ ପଲିଟେକ୍‌ନିକ୍‌/ଇଂଜିନିୟରିଂ ସ୍କୁଲ୍‌ ଗୁଡ଼ିକ ରହୁଛି ‘‘ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ’’ (ଡି.ଟି.ଇ.ଏଣ୍ଡ୍‌ ଟି.), ଓଡ଼ିଶା, କଟକ ତଥା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ୱର ଅଧୀନରେ ରହୁଛି। ବିଜୁ ପଟ୍ଟନାୟକ ଓଡ଼ିଶା ଫିଲ୍ମ ଟେଲିଭିଜନ ଅନୁଷ୍ଠାନ (ବିପିଏଫ୍‌ଟିଆଇଓ), କଟକ; ଇନ୍ଦିରା ଗାନ୍ଧି ବୈଷୟିକ ଅନୁଷ୍ଠାନ (ଆଇ.ଜି.ଆଇ.ଟି.), ସରାଙ୍ଗ ଏବଂ ଆଇ.ଟି.ଟି., ଚୌଦ୍ୱାର ହେଉଛି ପୂର୍ଣ ଅନୁଦାନପ୍ରାପ୍ତ ବହୁବୃତ୍ତିକ ଶିକ୍ଷାନୁଷ୍ଠାନ, ଯାହାକି ପଞ୍ଜୀକୃତ ସମିତି ଦ୍ୱାରା ପରିଚାଳିତ ହେଉଛି। ରାଜ୍ୟର ସମସ୍ତ ଡିପ୍ଲୋମା ପାଠ୍ୟକ୍ରମ ହେଉଛି ‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ’’ (ଏସ୍‌.ଟି.ଇ.ଭି.ଟି.), ଓଡ଼ିଶା ସହବନ୍ଧିତ। କେବଳ ଫାର୍ମାସୀ ପାଠ୍ୟକ୍ରମ ବ୍ୟତୀତ ସବୁ ଟ୍ରେଡ଼୍‌ର ସେମିଷ୍ଟର ପରୀକ୍ଷା ପ୍ରତି ସେମିଷ୍ଟର ଶେଷରେ ସଂଚାଳିତ ହୋଇଥାଏ। ଏସ୍‌.ଟି.ଇ.ଭିତ.ଟି. ସଂଚାଳିତ ଚୂଡ଼ାନ୍ତ ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଡିପ୍ଲୋମା ପ୍ରଦାନ କରାଯାଇଥାଏ।

ଶ୍ରେଣୀପାଠ୍ୟ ବିକାଶ କାର୍ଯ୍ୟାବଳୀ:

ଶିଳ୍ପ ସମୂହର ଆବଶ୍ୟକତା ଏବଂ ପ୍ରଯୁକ୍ତିର ଅଗ୍ରଗତି ଅନୁଯାୟୀ ପାଠ୍ୟଖସଡ଼ାକୁ ଅଦ୍ୟତନ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଭବିଷ୍ୟତର ଟେକ୍‌ନିସିଆନ୍‌ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନାଚକ୍ର ଓ ପାଠ୍ୟ ସଂକ୍ରାନ୍ତ କାର୍ଯ୍ୟାବଳୀ ନିୟମିତ ଭାବରେ ଆୟୋଜନ କରାଯାଉଛି। ଭବିଷ୍ୟତର ଟେକ୍‌ନିସିଆନ୍‌ମାନେ ଯେପରି ନିର୍ଦିଷ୍ଟ ଭାବେ ଶିଳ୍ପ କ୍ଷେତ୍ରର ଏବଂ ସାଧାରଣରେ ସମାଜର ବିଭିନ୍ନ ଆହ୍ୱାନକୁ ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ସମାନତ୍ୱସମ୍ପନ୍ନ ମୌଳିକ ଜ୍ଞାନ ଓ କୁଶଳ ସାମର୍ଥ୍ୟ ପ୍ରଦାନ କରାଯାଇଥାଏ, ଯାହାକି ଶିଳ୍ପସମୂହ, ଇଂଜିନିୟରିଂ ଓ ପ୍ରଯୁକ୍ତି ସହ ଛାତ୍ରଛାତ୍ରୀମାନଙ୍କ ପରିଚିତି ସହ ସେମାନଙ୍କ ପେସାଦାର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାର ସୁଯୋଗ ରଖାଯାଇଥାଏ।

ଯୋଗାଯୋଗ ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥାଏ। ଏଥିପାଇଁ ସବୁ ସରକାରୀ ବହୁବୃତ୍ତି ଅନୁଷ୍ଠାନଗୁଡ଼ିକରେ ଯୋଗାଯୋଗ ଦକ୍ଷତା ବିଜ୍ଞାନାଗାର ପ୍ରତିଷ୍ଠା କରାଯାଇଛି। ଦଳଗତ ଚେତନାକୁ ବଢ଼ାଇବା ପାଇଁ ଖେଳକୁଦ ଓ ଆନୁଷଙ୍ଗିକ କାର୍ଯ୍ୟାବଳୀ ଯେମିତି ଏନ୍‌.ସି.ସି.(ଜାତୀୟ ସମରଶିକ୍ଷାର୍ଥୀ ବାହିନୀ), ଏନ୍‌.ଏସ୍‌.ଏସ୍‌.(ଜାତୀୟ ସେବା ସଂସ୍ଥା) ବ୍ୟବସ୍ଥା ରଖାଯିବା ସହ ସ୍ୱଳ୍ପମିଆଦୀ ଶୈକ୍ଷିକ ଗସ୍ତ, ଅନୁଷ୍ଠାନ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତା, ଭଲିବଲ୍‌/ଫୁଟ୍‌ବଲ୍‌/କ୍ରିକେଟ୍‌/ଦୌଡ଼କୁଦ ଆଦି ଆୟୋଜନ କରାଯାଇଥାଏ।