SCTE VT

ଇ-ଶାସନ ପ୍ରୟାସଗୁଡ଼ିକ

ଜନସାଧାରଣ ଓ ବିଦ୍ୟାର୍ଥୀ ମାନଙ୍କର ଆବଶ୍ୟକତା ପୁରଣ କରିବା ପାଇଁ. ଏବଂ ସରକାରଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମସ୍ତ କାର୍ଯ୍ୟରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ପ୍ରଚଳନକୁ ଇ-ପ୍ରଶାସନକୁହାଯାଏ।

ଆମର କେତେକ ଇ-ପ୍ରଶାସନିକ ପଦକ୍ଷେପ:

    • ୧. ବିଦ୍ୟାର୍ଥୀ ପୋର୍ଟାଲ

 

    • ୨. ଉତ୍ତର ଖାତା ଗୁଡ଼ିକର ଇ-ମୂଲ୍ୟାୟନ

 

    • ୩. ଇ- ପ୍ରେରଣ

 

    • ୪. ଲୋକସେବା ଅଧିକାର ମାଧ୍ୟମରେ ଅନଲାଇନ୍ ସେବା

 

    • ୫. ଡିଜି ଲକର

 

    • ୬. ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ବିବରଣୀ ପ୍ରଦାନ

 

    • ୭. ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

 

    • ୮. ଇ-ପ୍ରଶ୍ନପତ୍ର ପ୍ରଦାନ ବ୍ୟବସ୍ଥା

 

    ୯. ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଦେୟ ପ୍ରାପ୍ତି ଓ ଫେରସ୍ତ

୧. ବିଦ୍ୟାର୍ଥୀ

ପରୀକ୍ଷା ଫଳ ପ୍ରକାଶନ ଓ ପରୀକ୍ଷା ସଂକ୍ରାନ୍ତ ସମସ୍ତ ଅନ୍‌ଲାଇନ୍‌ କାର୍ଯ୍ୟ ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ରାଷ୍ଟ୍ରୀୟ ସୂଚନାବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ପ୍ରସ୍ତୁତ ବିଦ୍ୟାର୍ଥୀ ପୋର୍ଟାଲ ବ୍ୟବହାର କରିଥାଏ। ବିଦ୍ୟାର୍ଥୀ ମାନେ ଏହି ଆପ୍ଲିକେସନ ବ୍ୟବହାର କରି ନିଜର ପଞ୍ଜୀକରଣ ସଂଖ୍ୟା ଓ କ୍ରମାଙ୍କ ସଂଖ୍ୟା ଦାଖଲ କରି ଅତି ସହଜରେ ପରୀକ୍ଷା ଫଳ, ପ୍ରମାଣପତ୍ର ଓ ମାର୍କସିଟ ହାସଲ କରି ପାରିଥାଆନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ମାନ୍ୟତାପ୍ରାପ୍ତ ବିଭିନ୍ନ ଅନୁଷ୍ଠାନର ବିଷୟ-ଶିକ୍ଷକମାନେ ଏହି ସଫ୍ଟୱେର୍‌ ଜରିଆରେ ବିଦ୍ୟାର୍ଥୀମାନଙ୍କର ଆଭ୍ୟନ୍ତରୀଣ ଓ ଶିକ୍ଷା ଅଧିବେଶନ ଜଡ଼ିତ ବିଭିନ୍ନ ଲବ୍ଧାଙ୍କ ଗୁଡ଼ିକୁ ଅପ୍‌ଲୋଡ୍‌ କରି ଥାଆନ୍ତି।

୨. ଉତ୍ତରଖାତା ଗୁଡ଼ିକର ଇ-ମୂଲ୍ୟାୟନ

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା, ସମଗ୍ର ଦେଶରେ ଏକମାତ୍ର ପରୀକ୍ଷା ଆୟୋଜନକାରୀ ସଂସ୍ଥାନ ଯେ କି ଉତ୍ତରଖାତାଗୁଡ଼ିକର ଇ-ମୂଲ୍ୟାୟନ କରିଥାଏ। ଉତ୍ତରଖାତାଗୁଡ଼ିକୁ ପରିଷଦ ପରିସରରେ ସ୍କାନ କରିବା ପରେ ଏକ ତୃତୀୟ ସ୍ତରର ଡାଟା କେନ୍ଦ୍ରରେ ଅପ୍‌ଲୋଡ କରାଯାଏ। ଉତ୍ତରଖାତାଗୁଡ଼ିକର ପ୍ରଥମ ପୃଷ୍ଠା ଯେଉଁଥିରେ ବିଦ୍ୟାର୍ଥୀର ସମସ୍ତ ସୂଚନା ଥାଏ ତାହାକୁ ଗୋପନ ରଖି ଖାତା ଗୁଡ଼ିକୁ ଏକତ୍ର କରାଯାଇ କ୍ରମରହିତ ଭାବେ ମୂଲ୍ୟାୟନକାରୀମାନଙ୍କୁ ଉପଲବ୍ଧ କରାଯାଏ। ୨୩ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀ ମାନେ ଲେଖାର ଏକ ସଫ୍ଟ ନକଲ ଡାଉନଲୋଡ କରି ପରଦାରେ ତାହାର ମାର୍କ, ମତାମତ, ବିବୃତିକୁ ବାସ୍ତବ ସମୟ ଭିତ୍ତିରେ କରି ପାରୁଛନ୍ତି। ଏହି ସୁବିଧା ଦ୍ୱାରା ପରିଷଦ ଯଥା ସମୟରେ ମୂଲ୍ୟାୟନ କାର୍ଯ୍ୟ ସାରି ଫଳ ପ୍ରକାଶ କରି ପାରୁଛି।

୩. ଇ-ପ୍ରେରଣ

କାର୍ଯ୍ୟାଳୟର ବ୍ୟବସ୍ଥା ମଧ୍ୟରେ ଫାଇଲ ଗୁଡ଼ିକର ଡିଜିଟାଲ ପ୍ରବାହକୁ ବ୍ୟବସ୍ଥିତ କରିବା ନିମନ୍ତେ ଇ-ପ୍ରେରଣ ଏକ ନୂତନ ସେବା। ଫାଇଲ ଗୁଡ଼ିକୁ ସ୍କାନ୍‌ କରି ପ୍ରଥମେ ଏକ କେନ୍ଦ୍ରୀୟ ସର୍ଭରରେ ସଂରକ୍ଷିତ କରି ରଖାଯାଏ ଏବଂ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଏ। ଇ-ପ୍ରେରଣର ଏହି ପ୍ରକ୍ରିୟା ପତ୍ର ପ୍ରେରଣର ସମୟ ଓ ଶ୍ରମ ଲାଘବ କରିଛି । କେବଳ ପରିଶ୍ରମଟି ହେଉଛି ଚିଠିର ନକଲକୁ ସ୍କାନ୍‌ କରିବା, ଯାହା ଏକ ମିନଟ୍‌ରୁ ଅଧିକ ସମୟ ନେଇ ନଥାଏ। କାରଣ ବ୍ୟବସ୍ଥା ସହିତ ସ୍କାନରକୁ ବିନ୍ୟାସ କରି ରଖାଯାଇଥାଏ।

କେବଳ ଏକ ଚିଠି ପ୍ରେରଣ ବ୍ୟବସ୍ଥା ନୁହେଁ, ଇ-ପ୍ରେରଣ ଏକ ଜ୍ଞାନ ପରିଚାଳନା ଓ ଉତ୍ପାଦକତା ବୃଦ୍ଧିକାରୀ ବ୍ୟବସ୍ଥା। ଏହା ନିଜର କାର୍ଯ୍ୟ ପରିସୀମା ମଧ୍ୟରେ ବ୍ୟାବସାୟିକ ପ୍ରକ୍ରିୟାର ସମସ୍ତ ବିଷୟକୁ ଯଥେଷ୍ଟ ମାତ୍ରାରେ ସୁନିଶ୍ଚିତ କରିବା ସହିତ ସଂଗଠନର ବିବିଧ ଅନୁମୋଦନ ବ୍ୟବସ୍ଥା, ବୈଦ୍ୟୁତିନ ଦସ୍ତାବିଜୀକରଣ ଓ ଅଭିଲେଖ ପରିଚାଳନାରେ ସହାୟତା କରେ। ଏହି ବ୍ୟବସ୍ଥାରେ ଥିବା ତ୍ୱରିତ ବିନ୍ୟାସ ସୁବିଧା ବଳରେ ଜ୍ଞାନ, ଆହରଣ, ଜ୍ଞାନ ଉପସ୍ଥାପନ, ସହକାରୀ ନେଟୱାର୍କିଂ, ଦସ୍ତାବିଜର ଆଦାନ ପ୍ରଦାନ ସମ୍ଭବ ହୋଇ ପାରୁଛି। ତେଣୁ ଜ୍ଞାନ ପ୍ରତିଷ୍ଠା ଦିଗରେ ଏହା ଏକ ସଂଗଠିତ ମଞ୍ଚ ହୋଇପାରିଛି।

୪. ଅନଲାଇନ୍ ମାଧ୍ୟମରେ ଲୋକସେବା ଅଧିକାର

ଲୋକସେବା ଅଧିକାର ଜରିଆରେ ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କୁ ୭ଟି ବିଦ୍ୟାର୍ଥୀ-କୈନ୍ଦ୍ରିକ ସେବା ଏବଂ ଆଇ.ଟି.ଆଇ. ଛାତ୍ରଛାତ୍ରୀମାନଙ୍କୁ ୫ଟି ବିଦ୍ୟାର୍ଥୀକୈନ୍ଦ୍ରିକ ସେବା ଯୋଗାଇ ଦିଆଯାଉଛି। ବିଦ୍ୟାର୍ଥୀ ମାନେ ଏହି ସେବା ପାଇବା ପାଇଁ ଅନ୍‌ଲାଇନ୍‌ ଆବେଦନ ‘‘ସାଧାରଣ ଆବେଦନ ପୋର୍ଟାଲ’’ରେ କରନ୍ତି, ଅନଲାଇନ ଦେୟ ଦାଖଲ କରି ପାରିବେ ଏବଂ ଲୋକସେବା ଅଧିକାର ମାଧ୍ୟମରେ ଅନଲାଇନ ସେବା ପାଇ ପାରିବେ। ଏହା ବିଦ୍ୟାର୍ଥମାନଙ୍କୁ ସମୟୋଚିତ ସେବା ପ୍ରଦାନ କରିବା ସହିତପରିଷଦକୁ ବାରମ୍ବାର ଦୌଡ଼ିବାର ସମସ୍ୟାରୁ ରକ୍ଷା କରୁଛି ।

୫. ଡିଜି ଲକର

  • ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଓ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଡିଜିଟାଲ ଇଣ୍ଡିଆର ଏହା ଏକ ମୁଖ୍ୟ ଯୋଜନା।
  • କାଗଜବିହୀନ ପ୍ରଶାସନର ଲକ୍ଷ୍ୟ ରଖି ଡିଜି ଲକର ହେଉଛି କ୍ଲାଉଡ ଆଧାରିତ ଏକ ଦସ୍ତାବିଜ ଓ ପ୍ରମାଣପତ୍ର ସଂରକ୍ଷଣ, ନିର୍ଗମନ ଓ ସତ୍ୟାପନ ବ୍ୟବସ୍ଥା, ଯାହା ଭୌତିକ ଦସ୍ତାବିଜ ଗୁଡ଼ିକର ବ୍ୟବହାର ଦୂର କରିଥାଏ। ବିଭାଗ ଓ ସଂସ୍ଥା ମାନେ ମଧ୍ୟ ଡିଜି ଲକର ସହିତ ନିର୍ଗମନକାରୀ କିମ୍ବା ନିବେଦନକାରୀ ଭାବେ ସଂଯୁକ୍ତ ହୋଇ ପାରନ୍ତି।
  • ଡିଜି ଲକର ସହିତ ପଞ୍ଜିକୃତ ସଂଗଠନମାନେ ଦସ୍ତାବିଜ ଓ ପ୍ରମାଣପତ୍ର ଗୁଡ଼ିକର ବୈଦ୍ୟୁତିନ ନକଲ (ଯେପରିକି ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ବିଦ୍ୟାଳୟ ପ୍ରମାଣପତ୍ର)କୁ ସିଧାସଳଖ ନାଗରିକଙ୍କର ଡିଜିଲକରରେ ଜମା କରି ପାରିବେ। ନାଗରିକ ମାନେ ନିଜର ସତ୍ତ୍ୱାଧିକାର ଦସ୍ତାବିଜ୍‌ର ସ୍କାନ୍‌ ନକଲ ମଧ୍ୟ ଇ-ସାଇନ୍‌ ସୁବିଧା ଜରିଆରେ ବୈଦ୍ୟୁତିନ ଭାବରେ ସ୍ୱାକ୍ଷରିତ କରି ସେଥିରେ ସାଇତି ପାରିବେ।
  • ନାଗରିକମାନେ ନିଜନିଜର ଡିଜିଟାଲ ପ୍ରମାଣପତ୍ର ଓ ମାର୍କ ସିଟ୍‌ କମ୍ପ୍ୟୁଟର ଓ ମୋବାଇଲ(କେବଳ ଆଣ୍ଡ୍ରଏଡ଼୍‌)ରେ ପାଇ ପାରିବେ।
  • ୨୦୧୭ ଗ୍ରୀଷ୍ମ ଅଧିବେଶନ ଠାରୁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦରୁ ଡିପ୍ଲୋମା ଶେଷ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଏନ୍‌.ଆଇ.ସି. ଭୁବନେଶ୍ୱର ଓ ଜାତୀୟ ଇ-ଶାସନ ଡିଭିଜନ, ବୈଦ୍ୟୁତିନ ଦୂରସଂଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହାୟତାରେ ଡିଜିଲକର ସୁବିଧା ପ୍ରଦାନ କରାଯାଉଛି।
  • ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଡିପ୍ଲୋମା ପ୍ରମାଣପତ୍ର ଓ ମାର୍କସିଟ୍‌ ସବୁକୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ଜରିଆରେ ବିଦ୍ୟାର୍ଥୀ ପୋର୍ଟାଲରୁ ସେମାନଙ୍କର ଡିଜିଲକର ଆକାଉଣ୍ଟରେ ଅପ୍‌ଲୋଡ୍‌ କରାଯିବ।

ଡିଜିଲକର ହାସଲ କରିବାର କ୍ରମିକ ପ୍ରକ୍ରିୟା

  1. ଡିଜିଲକର ୱେବ୍‌ସାଇଟ୍‌ ପରିଦର୍ଶନ ପାଇଁ ବ୍ରାଉଜରରେ https://digilocker.gov.in ଖୋଲନ୍ତୁ ଏବଂ ମୂଳ ପୃଷ୍ଠାର ଡାହାଣ ପଟ କୋଣରେ ସାଇନ୍‌ ଅପ୍‌ ବୋତାମକୁ କ୍ଲିକ୍‌ କରି ଆଗକୁ ବଢ଼ନ୍ତୁ।
  2. ନିଜର ମୋବାଇଲ ନମ୍ବର ଭରନ୍ତୁ ଏବଂ ସେଇ ଫୋନ୍‌ରେ ପାଇଥିବା ଓ.ଟି.ପି. (ଥରକିଆ ପାସ୍‌ୱାର୍ଡ଼) ଦେଇ ନିଜ ନମ୍ବରକୁ ପ୍ରମାଣିତ କରନ୍ତୁ।
  3. ନିଜ ଡିଜିଲକର ଆକାଉଣ୍ଟ୍‌ର ୟୁଜର ନେମ୍‌ ଓ ପାସ୍‌ୱାର୍ଡ଼ ଭରନ୍ତୁ ଏବଂ ସାଇନ୍ ଅପ୍ ବୋତାମକୁ କ୍ଲିକ୍‌ କରନ୍ତୁ। ସାଧାରଣତଃ ଆପଣଙ୍କର ନାମ ହିଁ ଡିଜିଲକର ଆକାଉଣ୍ଟ୍‌ର ୟୁଜର ନେମ୍‌ ହେବା ଉଚିତ। ପାସ୍‌ୱାର୍ଡ଼ଟି ୮ରୁ ୩୦ଟି ସଂକେତାକ୍ଷର ମଧ୍ୟରେ ହେବା ଉଚିତ ଏବଂ ତହିଁରେ ଅନ୍ୟୂନ ୧ଟି ଅକ୍ଷର, ୧ଟି ଅଙ୍କ ଏବଂ ୧ଟି ସ୍ୱତନ୍ତ୍ର ସଂକେତ ରହିବ। ସେହି ସ୍ୱତନ୍ତ୍ର ସଂକେତ ମଧ୍ୟରେ କେବଳ ହାଶ୍‌ (#), ତାରକା (*), ଡଲାର ($), ଏବଂ ଆଟ୍‌ (@) ରହିପାରିବ।
  4. ଭାରତର ସ୍ୱତନ୍ତ୍ର ପରିଚୟ କର୍ତୃପକ୍ଷ ଦେଇଥିବା ଆପଣଙ୍କର ଆଧାର ନମ୍ବର ଭରନ୍ତୁ ଏବଂ ସବ୍‌ମିଟ୍‌ ବୋତାମରେ କ୍ଲିକ୍‌ କରନ୍ତୁ।
  5. ଆଧାର ଆଡୁ ପାଇଥିବା ଓ.ଟି.ପି. ଭରିକି ଭେରିଫାଏ ବୋତାମରେ କ୍ଲିକ୍‌ କରନ୍ତୁ।
  6. ବକ୍ସରେ ଦିଆଯାଇଥିବା ପାଠ୍ୟକୁ ଯଥା ଜାଗାରେ ଟାଇପ୍‌ କରି ଭେରିଫାଏ ବୋତାମ ଉପରେ କ୍ଲିକ୍‌ କରନ୍ତୁ ।
  7. ଯଥା ଘରଗୁଡ଼ିକରେ ନିଜର ଜନ୍ମତାରିଖ, ନାମ ଓ ଲିଙ୍ଗ ଉଲ୍ଲେଖ କରନ୍ତୁ।
  8. ପରଦାର ସବା ଉପର ବାମପଟ କୋଣରେ ନିଜର ଇମେଲ ଠିକଣା ଭରିକି ତାହାକୁ ଯାଞ୍ଚ କରାଇ ନିଅନ୍ତୁ। କାରଣ ଆପଣ ଡିଜିଲକରରୁ ଏକ ଇମେଲ ପାଇବେ। ନିଜର ପ୍ରୋଫାଇଲ ସବିଶେଷକୁ ଅଦ୍ୟତନ କରିବାକୁ ସେହି ଇମେଲରେ ଥିବା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।

୬. ମୋ ରିପୋର୍ଟ ପ୍ରସ୍ତୁତି

‘‘ମୋ ରିପୋର୍ଟ ପ୍ରସ୍ତୁତି’’ (ମେକ୍‌ ମାଇଁ ରିପୋର୍ଟ) ହେଉଛି ଏକ ଅନ୍‌ଲାଇନ୍‌ ବିବରଣୀ ପ୍ରସ୍ତୁତକାରୀ ବ୍ୟବସ୍ଥା। ତଟକା ରିପୋର୍ଟ ପ୍ରସ୍ତୁତି ପାଇଁ ଏହା ଏକ ସରଳ ଓ ତ୍ୱରିତ ବ୍ୟବସ୍ଥା। ଏଥିରେ କାର୍ଯ୍ୟକ୍ଷେତ୍ର କାର୍ଯାଳୟ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ସୂଚନା ପ୍ରଦାନ କରି ସୂଚନା ସଂଗ୍ରଂହ କରିବା ଓ ତଳସ୍ତର ଦପ୍ତର ବ୍ୟବହାରକାରୀଙ୍କ ଠାରୁ ଆରମ୍ଭ କରି ନିର୍ଦିଷ୍ଟ ଆବଶ୍ୟକତା ଭିତ୍ତିକ ତଥ୍ୟ ସଂଗ୍ରହ ପାଇଁ ଏହାକୁ ବ୍ୟବହାର କରାଯାଏ। ଏହାର ପ୍ରଶାସକ ଏଥିରେ ଏକାଧିକ ସଂପର୍କକୁ ଯୋଗ କରିପାରିବେ। ଏହି ଆପ୍ଲିକେସନରେ ସୂଚନା ଗୁଡ଼ିକୁ ସଂକଳନ କରି ତୁରନ୍ତ ସୂଚନା ଏକତ୍ର କରାଯାଇ ପାରିଥାଏ। ସଂଗୃହୀତ ତଥ୍ୟପୁଞ୍ଜରେ ପ୍ରଶାସକ ଆବଶ୍ୟକତା ଅନୁସାରେ ବିଭିନ୍ନ ସମୟରେ ଅତିରିକ୍ତ ସଂପର୍କକୁ ମିଶାଇ ଆବଶ୍ୟକ ବିବରଣୀ ପ୍ରସ୍ତୁତ କରିଥାଆନ୍ତି। ପ୍ରଶାସକ ଆବଶ୍ୟକତା ଅନୁସାରେ ସଂପର୍କଗୁଡ଼ିକୁ ଚୟନ କରି ବିବରଣୀ ପ୍ରସ୍ତୁତି ଦାୟିତ୍ୱ ନ୍ୟସ୍ତ କରିବା ସହ ତଥ୍ୟ ସଂଗ୍ରହ କରିଥାଆନ୍ତି। କ୍ଷେତ୍ର ସ୍ତରର ସମସ୍ତ କର୍ମଚାରୀ ନିଜର ୟୁଜର ଆଇଡି ଓ ପାସ୍‌ୱାର୍ଡ ବଳରେ ୱେବ୍‌ ଆପରେ ଆବଶ୍ୟକ ସୂଚନା ଦାଖଲ କରିଥାଆନ୍ତି, ଯାହା ସ୍ୱତଃ ସଂକଳିତ ହୁଏ ଏବଂ ପ୍ରଶାସକଙ୍କୁ ସମାହିତ ସୂଚନା ଦେଇଥାଏ।

୭. ବାୟୋମେଟ୍ରିକ୍‌ ଉପସ୍ଥାନ ପ୍ରଣାଳୀ

ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ହେଉଛି, ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏକ ସୃଜନଶୀଳ ବ୍ୟବସ୍ଥା। ସମୁଦାୟ ବିଦ୍ୟାର୍ଥୀ ସଂଖ୍ୟାକୁ ଧ୍ୟାନ ଦେଇ ସେହି ମତେ ଶିକ୍ଷାନୁଷ୍ଠାନର ଉପଯୁକ୍ତ ସ୍ଥଳରେ ଲାନ୍‌ ସହ ସଂଯୁକ୍ତ ହୋଇଥିବା ଏକାଧିକ ବାୟୋମେଟ୍ରିକ୍‌ ଯନ୍ତ୍ର ପ୍ରତିସ୍ଥାପିତ ହୋଇଥାଏ। ପ୍ରତିଦିନ ଶିକ୍ଷାନୁଷ୍ଠାନର ଲୋକାଲ ସର୍ଭରରୁ ଉପସ୍ଥାନ ତଥ୍ୟ ଅନୁପ୍ରସାରିତ ହୋଇ ଏନ୍‌ଆଇସି-ଭୁବନେଶ୍ୱର ଦ୍ୱାରା ବିକଶିତ ରାଜ୍ୟ ପ୍ରୟୋଗ ପୋର୍ଟାଲ ସର୍ଭରରେ ସଂରକ୍ଷିତ ହୋଇଥାଏ। ବିଦ୍ୟାର୍ଥୀଙ୍କର ଦୈନିକ ଉପସ୍ଥାନ ଅନୁଷ୍ଠାନ ଦ୍ୱାରା ତଦାରଖ ହେବା ସହ ପରିଷଦ ଦ୍ୱାରା ମଧ୍ୟ ତଦାରଖ ହୋଇଥାଏ ଏବଂ ସେମିଷ୍ଟର କାଳ ମଧ୍ୟରେ ଯେଉ ବିଦ୍ୟାର୍ଥୀମାନଙ୍କର ଆବଶ୍ୟକତ ଶତକଡ଼ା ହାରରେ ଉପସ୍ଥାନ ରହିଥାଏ, ସେହିମାନେ କେବଳ ପରୀକ୍ଷାରେ ବସିବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି।

୮. ଇ-ପ୍ରଶ୍ନପତ୍ର ବଣ୍ଟନ ବ୍ୟବସ୍ଥା

ପରୀକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଏହା ଏକ ମହା ପଦକ୍ଷେପ। ୨୦୧୭ ଶୀତଋତୁ ଅଧିବେଶନର ପରୀକ୍ଷା ଠାରୁ ଏହି ବ୍ୟବସ୍ଥାକୁ ପ୍ରୟୋଗ କରିବାରେ ‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ’’ ହେଉଛି ସାରା ଦେଶରେ ପ୍ରଥମ ପରୀକ୍ଷା ପରିଚାଳନାକାରୀ ସଂସ୍ଥା। ଏହି ପ୍ରକ୍ରିୟାରେ ଯାନ୍ତ୍ରିକ ଡିପ୍ଲୋମା ପ୍ରଶ୍ନପତ୍ର ଗୁଡ଼ିକୁ ତଥ୍ୟ କେନ୍ଦ୍ରରେ ସୁରକ୍ଷିତ ରଖାଯାଏ ଏବଂ ସଂପୂର୍ଣ ଗୋପନୀୟ ଏନ୍‌କ୍ରିପ୍‌ଟେଡ୍‌ ରୂପରେ ପରୀକ୍ଷାର କିଛି ସମୟ ପୂର୍ବରୁ ପରୀକ୍ଷାକେନ୍ଦ୍ରକୁ ପଠାଯାଏ। ଏଥିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ଯାହାକୁ ଭେଦ କରିବା କଠିନ। ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକର ଅଧୀକ୍ଷକମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଶ୍ନ ଗୁଡ଼ିକୁ ଡାଉନଲୋଡ କରି ମୁଦ୍ରିତ ପ୍ରଶ୍ନପତ୍ର ଗୁଡ଼ିକୁ ପରୀକ୍ଷା ଗୃହରେ ବଣ୍ଟନ କରିଥାଆନ୍ତି। ଏହି ବ୍ୟବସ୍ଥା ଦ୍ୱାରା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେବାର କୌଣସି ଭୟ ନଥାଏ ଏବଂ ପ୍ରଶ୍ନପତ୍ର ମୁଦ୍ରଣରେ ହେଉଥିବା ଖର୍ଚ୍ଚକୁ ମଧ୍ୟ କମା ଯାଇପାରିଥାଏ।

୯. ଶୁଳ୍କର ଅନ୍‌ଲାଇନ୍‌ ଦେୟ ଓ ପ୍ରାପ୍ତି

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା ବିଭିନ୍ନ ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତି କୌଶଳଗୁଡ଼ିକୁ ଗ୍ରହଣ କରିଛି। ଯାହାଦ୍ୱାରା ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ମାନଙ୍କୁ ଉନ୍ନତ ସେବା ପ୍ରଦାନ କରିପାରୁଛି। ଏହି କ୍ରମରେ ଅନ୍‌ଲାଇନ୍‌ ଦେୟ ଦାଖଲ ବ୍ୟବସ୍ଥା ଏକ ଭଲ ଉଦାହରଣ। ବର୍ତ୍ତମାନ ଅନୁଷ୍ଠାନ ମାନେ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଞ୍ଜୀକରଣ ଶୁଳ୍କ ଓ ପରୀକ୍ଷା ଫର୍ମ ପୂରଣ ଶୁଳ୍କ ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ କରୁଛନ୍ତି। ଅନ୍ୟ ସମସ୍ତ ନେଣଦେଣ ମଧ୍ୟ ଅନୁଷ୍ଠାନମାନେ ଅନ୍‌ଲାଇନ୍‌ ମାଧ୍ୟମରେ କରୁଛନ୍ତି। ସେହିପରି ପ୍ରଶ୍ନପତ୍ର ପ୍ରସ୍ତୁତକାରୀଙ୍କ ପାରିତୋଷିକ, ମୂଲ୍ୟାଙ୍କନକାରୀ, ସେବାପ୍ରଦାନକାରୀ ଆଦିଙ୍କ ପ୍ରାପ୍ୟ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଛି।

ଅନ୍‌ଲାଇନ୍‌ ସେବା ହାସଲ ପାଇଁ ବ୍ୟବହାର ଅନୁସରଣିକା

ପ୍ରଶାସନ

ସାଂଗଠନିକ ରୂପରେଖ
ବିଭିନ୍ନ ସମିତି
ଇ-ଶାସନ ପ୍ରୟାସଗୁଡ଼ିକ
ଶିକ୍ଷକ/ଶିକ୍ଷକଙ୍କ ବିକାଶ
ନିୟମ ଓ କଟକଣା
ବାର୍ଷିକ ବିବରଣୀ