ଉଦ୍ଦେଶ୍ୟଗୁଡ଼ିକ | SCTEVT

ଉଦ୍ଦେଶ୍ୟଗୁଡ଼ିକ

ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି:

  • ମୁକ୍ତ ଓ ସୁଗମ ଢଙ୍ଗରେ ପରୀକ୍ଷା ସଂଚାଳନ ଏବଂ ଉତ୍ତୀର୍ଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର / ମାର୍କସିଟ୍‌ ପ୍ରଦାନ। ଏହି ପରିଷଦ ରାଜ୍ୟବ୍ୟାପୀ ନିମ୍ନୋକ୍ତ ପରୀକ୍ଷାଗୁଡ଼ିକ ଆଇ.ଟି.ଆଇ., ଡିପ୍ଲୋମା ଓ ପି.ଡି.ଆଇ.ଏସ୍‌. ପାଠ୍ୟକ୍ରମ ପାଇଁ କରିଥାଏ:
        1. ଡିପ୍ଲୋମା – ସମସ୍ତ ୬ଟି ସେମିଷ୍ଟର ପାଇଁ ପରୀକ୍ଷା ବାର୍ଷିକ ଦୁଇ ଥର ଆୟୋଜନ କରାଯାଏ। ଅଯୁକ୍ତ ସେମିଷ୍ଟରଗୁଡ଼ିକ ସାରିବା ପରେ ୧ମ, ୩ୟ ଓ ୫ମ ସେମିଷ୍ଟର (ରେଗୁଲାର ଓ ବ୍ୟାକ୍‌ପେପର) ଛାତ୍ରଛାତ୍ରୀଙ୍କ ସମେତ ୨ୟ, ୪ର୍ଥ ଓ ୬ଷ୍ଠ ସେମିଷ୍ଟର (ବ୍ୟାକ୍‌ପେପର) ଛାତ୍ରଛାତ୍ରୀଙ୍କ ପାଇଁ ଶୀତକାଳୀନ ପରୀକ୍ଷା ପରିଚାଳନା କରିଥାଏ।

          ଆଇ.ଟି.ଆଇ. – ଆଇ.ଟି.ଆଇ. ଛାତ୍ରଛାତ୍ରୀମାନଙ୍କ ପାଇଁ ନିମ୍ନଲିଖିତ ପରୀକ୍ଷାଗୁଡ଼ିକ ପରିଚାଳନା କରିଥାଏ:

          ୨. ୧ – ସି.ଟି.ଏସ୍‌. ପାଇଁ ସର୍ବଭାରତୀୟ ଟ୍ରେଡ଼୍‌ ଟେଷ୍ଟ: ଏହା ବର୍ଷକୁ ଦୁଇ ଥର ସଂଚାଳିତ ହୁଏ। ଯୁଗ୍ମ ସେମିଷ୍ଟର ଗୁଡ଼ିକ (ରେଗୁଲାର) ଓ ଅଯୁଗ୍ମ ସେମିଷ୍ଟର (ଏକ୍ସରେଗୁଲାର) ପାଇଁ ଜୁଲାଇ-ଅଗଷ୍ଟ ଅଧିବେଶନରେ ଏବଂ ଅଯୁଗ୍ମ ସେମିଷ୍ଟର (ରେଗୁଲାର) ଓ ଯୁଗ୍ମ ସେମିଷ୍ଟର (ଏକ୍ସରେଗୁଲାର) ପାଇଁ ଜାନୁଆରି- ଫେବ୍ରୁଆରି ଅଧିବେଶନରେ ସମାହିତ ହୋଇଥାଏ।

          ୨.୨ – ସର୍ବଭାରତୀୟ ଟ୍ରେଡ଼୍‌ ଟେଷ୍ଟ ଶିକ୍ଷାନବୀଶ: ଏହା ବର୍ଷକୁ ଦୁଇଥର ସଂଚାଳିତ ହୋଇଥାଏ, ତାହା ଏପ୍ରିଲ-ମେ ମାସ ମଧ୍ୟରେ ଏବଂ ଅକ୍ଟୋବର-ନଭେମ୍ବରରେ।

          ୨.୩ – ଏସ୍‌.ସି.ଭି.ଟି. ଢାଞ୍ଚା: ଏହା ବର୍ଷକୁ ଦୁଇଥର ସଂଚାଳିତ ହୋଇଥାଏ, ତାହା ଫେବ୍ରୁଆରିରେ ଏବଂ ଅଗଷ୍ଟରେ।

          ୨.୪ – ସି.ଓ.ଇ. (ବି.ବି.ବି.ଟି. ଏବଂ ଉନ୍ନତ ମଡ଼୍ୟୁଲ୍‌) ପରୀକ୍ଷା: ବର୍ଷକୁ ଦୁଇ ଥର ସଂଚାଳିତ ହୋଇଥାଏ।

          ୨.୫ – ଦ୍ୱୈତ ବ୍ୟବସ୍ଥା ପ୍ରଶିକ୍ଷାର୍ଥୀ (ବାର୍ଷିକ ଢାଞ୍ଚାର): ବର୍ଷକୁ ଥରେ ସଂଚାଳିତ ହୋଇଥାଏ।

        2. ପି.ଡି.ଆଇ.ଏସ୍‌. (ଶିଳ୍ପ ନିରାପତ୍ତାରେ ପୋଷ୍ଟ୍‌ ଡିପ୍ଲୋମା ): ଅଯୁଗ୍ମ ସେମିଷ୍ଟର ପାଇଁ ଜାନୁଆରିରେ ଏବଂ ଯୁଗ୍ମ ସେମିଷ୍ଟର ପାଇଁ ଜୁଲାଇରେ।
  • ଡିପ୍ଲୋମା, ଏବଂ ପି.ଡି.ଆଇ.ଏସ୍‌. ଓ ଏସ୍‌.ସି.ଭି.ଟି. ଢାଞ୍ଚାର ଆଇ.ଟି.ଆଇ. ପାଠ୍ୟକ୍ରମ ପାଇଁ ପାଠ୍ୟଖସଡ଼ା ପ୍ରସ୍ତୁତି
  • ଡିପ୍ଲୋମା ପାଠ୍ୟକ୍ରମ ପାଇଁ ପାଠ୍ୟ ସାମଗ୍ରୀ/ ଅଧ୍ୟାପନା ଟିପାପତ୍ର ପ୍ରସ୍ତୁତି
  • ପ୍ରଶିକ୍ଷକ/ ଶିକ୍ଷକମାନଙ୍କର ପ୍ରଶିକ୍ଷଣ
  • ଶିଳ୍ପଗୁଡ଼ିକ ସହ ଏବଂ ଅନ୍ୟ ଉପଯୋଗ କ୍ଷେତ୍ରଗୁଡ଼ିକ ସହ ଭାବ ଆଦାନପ୍ରଦାନକୁ ଏବଂ ସମୁନ୍ନତ ପ୍ରଯୁକ୍ତି ବିଦ୍ୟା ସହ ବରାବର ସଂଶ୍ଳିଷ୍ଟ ରହିବାକୁ ପ୍ରସାର କରାଯାଉଛି
  • ରାଜ୍ୟର ଆଇ.ଟି.ଆଇ. ଓ ପଲିଟେକ୍‌ନିକ୍‌ଗୁଡ଼ିକର ନିରୀକ୍ଷଣ
  • ରାଜ୍ୟର ଆଇ.ଟି.ଆଇ. ଓ ବହୁବୃତ୍ତିକ ଅନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ୍‌