SCTE VT

ବାର୍ଷିକ ବିବରଣୀ

ପରିଷଦ ନିଜର ବାର୍ଷିକ ବିବରଣୀ ସହବନ୍ଧିତ ଅନୁଷ୍ଠାନ ମାନଙ୍କର..

ପରିଷଦ ନିଜର ବାର୍ଷିକ ବିବରଣୀ ସହବନ୍ଧିତ ଅନୁଷ୍ଠାନ ମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ପ୍ରସ୍ତୁତ କରିଥାଏ। ବାର୍ଷିକ ବିବରଣୀରେ ବିଭିନ୍ନ ଗତିବିଧି ଯେପରି ବିଦ୍ୟାର୍ଥୀଙ୍କ ସଂଖ୍ୟା,ସଫଳତାର ହାର, ସହଶିକ୍ଷା କାର୍ଯ୍ୟକଳାପ ଆଦି ସ୍ଥାନ ପାଇଥାଏ।

ନିୟମ ଓ କଟକଣା

ପୋଷ୍ଟ ଡିପ୍ଲୋମା ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ସେଫ୍‌ଟି ରେ ନାମଲେଖା ପାଇଁ ସୂଚନା ପୁସ୍ତିକା


ଏସ୍.ସି.ଟି.ଇ. ଓ ଭି.ଟିର ବାଇ-ଲ ଗୁଡ଼ିକ


ସହବନ୍ଧନ ନିୟମାବଳୀ


ଡିପ୍ଲୋମା ସୂଚନା ବିବରଣୀ ୨୦୧୭


ଏସ୍.ସି.ଟି.ଇ. ଓ ଭି.ଟିର ପଞିକରଣ ପ୍ରମାଣପତ୍ର


ଡିପ୍ଲୋମା ଓ ପିଡିଆଇଏସ୍‌ ୨୦୦୩ ପାଇଁ ପରୀକ୍ଷା ନିୟମ


ଡିପ୍ଲୋମା ଓ ପିଡିଆଇଏସ୍‌ ୨୦୧୮ ପାଇଁ ପରୀକ୍ଷା ନିୟମପୋଷ୍ଟ ଡିପ୍ଲୋମା ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ସେଫ୍‌ଟି ରେ ନାମଲେଖା ପାଇଁ ସୂଚନା ପୁସ୍ତିକା


ଏସ୍.ସି.ଟି.ଇ. ଓ ଭି.ଟିର ବାଇ-ଲ ଗୁଡ଼ିକ


ସହବନ୍ଧନ ନିୟମାବଳୀ


ଡିପ୍ଲୋମା ସୂଚନା ବିବରଣୀ ୨୦୧୭


ଏସ୍.ସି.ଟି.ଇ. ଓ ଭି.ଟିର ପଞିକରଣ ପ୍ରମାଣପତ୍ର


ଡିପ୍ଲୋମା ଓ ପିଡିଆଇଏସ୍‌ ୨୦୦୩ ପାଇଁ ପରୀକ୍ଷା ନିୟମ


ଡିପ୍ଲୋମା ଓ ପିଡିଆଇଏସ୍‌ ୨୦୧୮ ପାଇଁ ପରୀକ୍ଷା ନିୟମ

ଶିକ୍ଷକ/ଶିକ୍ଷକଙ୍କ ବିକାଶ

ବର୍ତ୍ତମାନର କ୍ଷିପ୍ର ଶିଳ୍ପିକରଣ ଓ ଆଧୁନିକ ଯୁଗରେ ବୈଷୟିକ ତ….ନ୍ତ୍ରର ଭୁମିକା ବହୁ ।

ବର୍ତ୍ତମାନର କ୍ଷିପ୍ର ଶିଳ୍ପିକରଣ ଓ ଆଧୁନିକ ଯୁଗରେ ବୈଷୟିକ ତନ୍ତ୍ରର ଭୁମିକା ବହୁ । ଏହି ପରିପ୍ରେକ୍ଷୀରେ ଡିପ୍ଲୋମା ଓ ଆଇ.ଟି.ଆଇ. ମହାବିଦ୍ୟାଳୟ ମାନଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଏହା ଏକ ପ୍ରଶଂସନୀୟ ଉଦ୍ୟମ। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଯୋଗ୍ୟ ଓ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଷୟ ଶିକ୍ଷକର ସୁବିଧା ପ୍ରଦାନ କରୁଛି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ର ବିଦ୍ୟାଳୟାଭିମୁଖୀ ପାଠ୍ୟଖସଡ଼ା ଓ ପଦ୍ଧତି ଗୁଡ଼ିକ ଅତୁଳନୀୟ।

ଉତ୍ସାହୀ ବିଦ୍ୟାର୍ଥୀ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ର ସମସ୍ତ ଶିକ୍ଷାନୁଷ୍ଠାନ ପାଠାଗାର ସୁବିଧା ପ୍ରଦାନ କରୁଛନ୍ତି। ଅଳ୍ପ ସମୟ ପାଠାଗାରରେ ବ୍ୟୟ କରି ବିଦ୍ୟାର୍ଥୀ ମାନେ ଆଧୁନିକ ପ୍ରଯୁକ୍ତି ସହ ନିଜକୁ ଅବଗତ କରାଇ ପାରିବେ।

ଏଠାରେ ବିଦ୍ୟାର୍ଥୀ ମାନଙ୍କୁ ଜ୍ଞାନର ବ୍ୟାବହାରିକତା ସହ ଅବଗତ କରିବା ପାଇଁ ସୁସଜ୍ଜିତ କର୍ମଶାଳା ଓ ପ୍ରୟୋଗଶାଳା ରହିଛି। ମୁଲ୍ୟବାନ ସମୟ ପ୍ରୟୋଗଶାଳାରେ ବ୍ୟୟ କରିବା ଦ୍ୱାରା ସେମାନଙ୍କର କାର୍ଯ୍ୟଦକ୍ଷତା କ୍ରମାଗତ ବୃଦ୍ଧିପାଏ।ଏଠାରେ ସେମାନେ ଲାଭ କରିଥିବା ବ୍ୟାବହାରିକ ଜ୍ଞାନ ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଭବିଷ୍ୟତରେ ଯେ କୌଣସି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବା ସହିତ ରାଜ୍ୟର ବୈଷୟିକ ଲୋକବଳ ବୃଦ୍ଧିରେ ସାହାଯ୍ୟ କରିଥାଏ।

ଇ-ଶାସନ ପ୍ରୟାସଗୁଡ଼ିକ

ଜନସାଧାରଣ ଓ ବିଦ୍ୟାର୍ଥୀ ମାନଙ୍କର ଆବଶ୍ୟକତା ପୁରଣ କରିବା ପାଇଁ. ଏବଂ ସରକାରଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମସ୍ତ କାର୍ଯ୍ୟରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ପ୍ରଚଳନକୁ ଇ-ପ୍ରଶାସନକୁହାଯାଏ।

ଆମର କେତେକ ଇ-ପ୍ରଶାସନିକ ପଦକ୍ଷେପ:

    • ୧. ବିଦ୍ୟାର୍ଥୀ ପୋର୍ଟାଲ

 

    • ୨. ଉତ୍ତର ଖାତା ଗୁଡ଼ିକର ଇ-ମୂଲ୍ୟାୟନ

 

    • ୩. ଇ- ପ୍ରେରଣ

 

    • ୪. ଲୋକସେବା ଅଧିକାର ମାଧ୍ୟମରେ ଅନଲାଇନ୍ ସେବା

 

    • ୫. ଡିଜି ଲକର

 

    • ୬. ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ବିବରଣୀ ପ୍ରଦାନ

 

    • ୭. ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

 

    • ୮. ଇ-ପ୍ରଶ୍ନପତ୍ର ପ୍ରଦାନ ବ୍ୟବସ୍ଥା

 

    ୯. ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଦେୟ ପ୍ରାପ୍ତି ଓ ଫେରସ୍ତ

୧. ବିଦ୍ୟାର୍ଥୀ

ପରୀକ୍ଷା ଫଳ ପ୍ରକାଶନ ଓ ପରୀକ୍ଷା ସଂକ୍ରାନ୍ତ ସମସ୍ତ ଅନ୍‌ଲାଇନ୍‌ କାର୍ଯ୍ୟ ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ରାଷ୍ଟ୍ରୀୟ ସୂଚନାବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ପ୍ରସ୍ତୁତ ବିଦ୍ୟାର୍ଥୀ ପୋର୍ଟାଲ ବ୍ୟବହାର କରିଥାଏ। ବିଦ୍ୟାର୍ଥୀ ମାନେ ଏହି ଆପ୍ଲିକେସନ ବ୍ୟବହାର କରି ନିଜର ପଞ୍ଜୀକରଣ ସଂଖ୍ୟା ଓ କ୍ରମାଙ୍କ ସଂଖ୍ୟା ଦାଖଲ କରି ଅତି ସହଜରେ ପରୀକ୍ଷା ଫଳ, ପ୍ରମାଣପତ୍ର ଓ ମାର୍କସିଟ ହାସଲ କରି ପାରିଥାଆନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ମାନ୍ୟତାପ୍ରାପ୍ତ ବିଭିନ୍ନ ଅନୁଷ୍ଠାନର ବିଷୟ-ଶିକ୍ଷକମାନେ ଏହି ସଫ୍ଟୱେର୍‌ ଜରିଆରେ ବିଦ୍ୟାର୍ଥୀମାନଙ୍କର ଆଭ୍ୟନ୍ତରୀଣ ଓ ଶିକ୍ଷା ଅଧିବେଶନ ଜଡ଼ିତ ବିଭିନ୍ନ ଲବ୍ଧାଙ୍କ ଗୁଡ଼ିକୁ ଅପ୍‌ଲୋଡ୍‌ କରି ଥାଆନ୍ତି।

୨. ଉତ୍ତରଖାତା ଗୁଡ଼ିକର ଇ-ମୂଲ୍ୟାୟନ

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା, ସମଗ୍ର ଦେଶରେ ଏକମାତ୍ର ପରୀକ୍ଷା ଆୟୋଜନକାରୀ ସଂସ୍ଥାନ ଯେ କି ଉତ୍ତରଖାତାଗୁଡ଼ିକର ଇ-ମୂଲ୍ୟାୟନ କରିଥାଏ। ଉତ୍ତରଖାତାଗୁଡ଼ିକୁ ପରିଷଦ ପରିସରରେ ସ୍କାନ କରିବା ପରେ ଏକ ତୃତୀୟ ସ୍ତରର ଡାଟା କେନ୍ଦ୍ରରେ ଅପ୍‌ଲୋଡ କରାଯାଏ। ଉତ୍ତରଖାତାଗୁଡ଼ିକର ପ୍ରଥମ ପୃଷ୍ଠା ଯେଉଁଥିରେ ବିଦ୍ୟାର୍ଥୀର ସମସ୍ତ ସୂଚନା ଥାଏ ତାହାକୁ ଗୋପନ ରଖି ଖାତା ଗୁଡ଼ିକୁ ଏକତ୍ର କରାଯାଇ କ୍ରମରହିତ ଭାବେ ମୂଲ୍ୟାୟନକାରୀମାନଙ୍କୁ ଉପଲବ୍ଧ କରାଯାଏ। ୨୩ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀ ମାନେ ଲେଖାର ଏକ ସଫ୍ଟ ନକଲ ଡାଉନଲୋଡ କରି ପରଦାରେ ତାହାର ମାର୍କ, ମତାମତ, ବିବୃତିକୁ ବାସ୍ତବ ସମୟ ଭିତ୍ତିରେ କରି ପାରୁଛନ୍ତି। ଏହି ସୁବିଧା ଦ୍ୱାରା ପରିଷଦ ଯଥା ସମୟରେ ମୂଲ୍ୟାୟନ କାର୍ଯ୍ୟ ସାରି ଫଳ ପ୍ରକାଶ କରି ପାରୁଛି।

୩. ଇ-ପ୍ରେରଣ

କାର୍ଯ୍ୟାଳୟର ବ୍ୟବସ୍ଥା ମଧ୍ୟରେ ଫାଇଲ ଗୁଡ଼ିକର ଡିଜିଟାଲ ପ୍ରବାହକୁ ବ୍ୟବସ୍ଥିତ କରିବା ନିମନ୍ତେ ଇ-ପ୍ରେରଣ ଏକ ନୂତନ ସେବା। ଫାଇଲ ଗୁଡ଼ିକୁ ସ୍କାନ୍‌ କରି ପ୍ରଥମେ ଏକ କେନ୍ଦ୍ରୀୟ ସର୍ଭରରେ ସଂରକ୍ଷିତ କରି ରଖାଯାଏ ଏବଂ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଏ। ଇ-ପ୍ରେରଣର ଏହି ପ୍ରକ୍ରିୟା ପତ୍ର ପ୍ରେରଣର ସମୟ ଓ ଶ୍ରମ ଲାଘବ କରିଛି । କେବଳ ପରିଶ୍ରମଟି ହେଉଛି ଚିଠିର ନକଲକୁ ସ୍କାନ୍‌ କରିବା, ଯାହା ଏକ ମିନଟ୍‌ରୁ ଅଧିକ ସମୟ ନେଇ ନଥାଏ। କାରଣ ବ୍ୟବସ୍ଥା ସହିତ ସ୍କାନରକୁ ବିନ୍ୟାସ କରି ରଖାଯାଇଥାଏ।

କେବଳ ଏକ ଚିଠି ପ୍ରେରଣ ବ୍ୟବସ୍ଥା ନୁହେଁ, ଇ-ପ୍ରେରଣ ଏକ ଜ୍ଞାନ ପରିଚାଳନା ଓ ଉତ୍ପାଦକତା ବୃଦ୍ଧିକାରୀ ବ୍ୟବସ୍ଥା। ଏହା ନିଜର କାର୍ଯ୍ୟ ପରିସୀମା ମଧ୍ୟରେ ବ୍ୟାବସାୟିକ ପ୍ରକ୍ରିୟାର ସମସ୍ତ ବିଷୟକୁ ଯଥେଷ୍ଟ ମାତ୍ରାରେ ସୁନିଶ୍ଚିତ କରିବା ସହିତ ସଂଗଠନର ବିବିଧ ଅନୁମୋଦନ ବ୍ୟବସ୍ଥା, ବୈଦ୍ୟୁତିନ ଦସ୍ତାବିଜୀକରଣ ଓ ଅଭିଲେଖ ପରିଚାଳନାରେ ସହାୟତା କରେ। ଏହି ବ୍ୟବସ୍ଥାରେ ଥିବା ତ୍ୱରିତ ବିନ୍ୟାସ ସୁବିଧା ବଳରେ ଜ୍ଞାନ, ଆହରଣ, ଜ୍ଞାନ ଉପସ୍ଥାପନ, ସହକାରୀ ନେଟୱାର୍କିଂ, ଦସ୍ତାବିଜର ଆଦାନ ପ୍ରଦାନ ସମ୍ଭବ ହୋଇ ପାରୁଛି। ତେଣୁ ଜ୍ଞାନ ପ୍ରତିଷ୍ଠା ଦିଗରେ ଏହା ଏକ ସଂଗଠିତ ମଞ୍ଚ ହୋଇପାରିଛି।

୪. ଅନଲାଇନ୍ ମାଧ୍ୟମରେ ଲୋକସେବା ଅଧିକାର

ଲୋକସେବା ଅଧିକାର ଜରିଆରେ ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କୁ ୭ଟି ବିଦ୍ୟାର୍ଥୀ-କୈନ୍ଦ୍ରିକ ସେବା ଏବଂ ଆଇ.ଟି.ଆଇ. ଛାତ୍ରଛାତ୍ରୀମାନଙ୍କୁ ୫ଟି ବିଦ୍ୟାର୍ଥୀକୈନ୍ଦ୍ରିକ ସେବା ଯୋଗାଇ ଦିଆଯାଉଛି। ବିଦ୍ୟାର୍ଥୀ ମାନେ ଏହି ସେବା ପାଇବା ପାଇଁ ଅନ୍‌ଲାଇନ୍‌ ଆବେଦନ ‘‘ସାଧାରଣ ଆବେଦନ ପୋର୍ଟାଲ’’ରେ କରନ୍ତି, ଅନଲାଇନ ଦେୟ ଦାଖଲ କରି ପାରିବେ ଏବଂ ଲୋକସେବା ଅଧିକାର ମାଧ୍ୟମରେ ଅନଲାଇନ ସେବା ପାଇ ପାରିବେ। ଏହା ବିଦ୍ୟାର୍ଥମାନଙ୍କୁ ସମୟୋଚିତ ସେବା ପ୍ରଦାନ କରିବା ସହିତପରିଷଦକୁ ବାରମ୍ବାର ଦୌଡ଼ିବାର ସମସ୍ୟାରୁ ରକ୍ଷା କରୁଛି ।

୫. ଡିଜି ଲକର

  • ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଓ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଡିଜିଟାଲ ଇଣ୍ଡିଆର ଏହା ଏକ ମୁଖ୍ୟ ଯୋଜନା।
  • କାଗଜବିହୀନ ପ୍ରଶାସନର ଲକ୍ଷ୍ୟ ରଖି ଡିଜି ଲକର ହେଉଛି କ୍ଲାଉଡ ଆଧାରିତ ଏକ ଦସ୍ତାବିଜ ଓ ପ୍ରମାଣପତ୍ର ସଂରକ୍ଷଣ, ନିର୍ଗମନ ଓ ସତ୍ୟାପନ ବ୍ୟବସ୍ଥା, ଯାହା ଭୌତିକ ଦସ୍ତାବିଜ ଗୁଡ଼ିକର ବ୍ୟବହାର ଦୂର କରିଥାଏ। ବିଭାଗ ଓ ସଂସ୍ଥା ମାନେ ମଧ୍ୟ ଡିଜି ଲକର ସହିତ ନିର୍ଗମନକାରୀ କିମ୍ବା ନିବେଦନକାରୀ ଭାବେ ସଂଯୁକ୍ତ ହୋଇ ପାରନ୍ତି।
  • ଡିଜି ଲକର ସହିତ ପଞ୍ଜିକୃତ ସଂଗଠନମାନେ ଦସ୍ତାବିଜ ଓ ପ୍ରମାଣପତ୍ର ଗୁଡ଼ିକର ବୈଦ୍ୟୁତିନ ନକଲ (ଯେପରିକି ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ବିଦ୍ୟାଳୟ ପ୍ରମାଣପତ୍ର)କୁ ସିଧାସଳଖ ନାଗରିକଙ୍କର ଡିଜିଲକରରେ ଜମା କରି ପାରିବେ। ନାଗରିକ ମାନେ ନିଜର ସତ୍ତ୍ୱାଧିକାର ଦସ୍ତାବିଜ୍‌ର ସ୍କାନ୍‌ ନକଲ ମଧ୍ୟ ଇ-ସାଇନ୍‌ ସୁବିଧା ଜରିଆରେ ବୈଦ୍ୟୁତିନ ଭାବରେ ସ୍ୱାକ୍ଷରିତ କରି ସେଥିରେ ସାଇତି ପାରିବେ।
  • ନାଗରିକମାନେ ନିଜନିଜର ଡିଜିଟାଲ ପ୍ରମାଣପତ୍ର ଓ ମାର୍କ ସିଟ୍‌ କମ୍ପ୍ୟୁଟର ଓ ମୋବାଇଲ(କେବଳ ଆଣ୍ଡ୍ରଏଡ଼୍‌)ରେ ପାଇ ପାରିବେ।
  • ୨୦୧୭ ଗ୍ରୀଷ୍ମ ଅଧିବେଶନ ଠାରୁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦରୁ ଡିପ୍ଲୋମା ଶେଷ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଏନ୍‌.ଆଇ.ସି. ଭୁବନେଶ୍ୱର ଓ ଜାତୀୟ ଇ-ଶାସନ ଡିଭିଜନ, ବୈଦ୍ୟୁତିନ ଦୂରସଂଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହାୟତାରେ ଡିଜିଲକର ସୁବିଧା ପ୍ରଦାନ କରାଯାଉଛି।
  • ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଡିପ୍ଲୋମା ପ୍ରମାଣପତ୍ର ଓ ମାର୍କସିଟ୍‌ ସବୁକୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ଜରିଆରେ ବିଦ୍ୟାର୍ଥୀ ପୋର୍ଟାଲରୁ ସେମାନଙ୍କର ଡିଜିଲକର ଆକାଉଣ୍ଟରେ ଅପ୍‌ଲୋଡ୍‌ କରାଯିବ।

ଡିଜିଲକର ହାସଲ କରିବାର କ୍ରମିକ ପ୍ରକ୍ରିୟା

  1. ଡିଜିଲକର ୱେବ୍‌ସାଇଟ୍‌ ପରିଦର୍ଶନ ପାଇଁ ବ୍ରାଉଜରରେ https://digilocker.gov.in ଖୋଲନ୍ତୁ ଏବଂ ମୂଳ ପୃଷ୍ଠାର ଡାହାଣ ପଟ କୋଣରେ ସାଇନ୍‌ ଅପ୍‌ ବୋତାମକୁ କ୍ଲିକ୍‌ କରି ଆଗକୁ ବଢ଼ନ୍ତୁ।
  2. ନିଜର ମୋବାଇଲ ନମ୍ବର ଭରନ୍ତୁ ଏବଂ ସେଇ ଫୋନ୍‌ରେ ପାଇଥିବା ଓ.ଟି.ପି. (ଥରକିଆ ପାସ୍‌ୱାର୍ଡ଼) ଦେଇ ନିଜ ନମ୍ବରକୁ ପ୍ରମାଣିତ କରନ୍ତୁ।
  3. ନିଜ ଡିଜିଲକର ଆକାଉଣ୍ଟ୍‌ର ୟୁଜର ନେମ୍‌ ଓ ପାସ୍‌ୱାର୍ଡ଼ ଭରନ୍ତୁ ଏବଂ ସାଇନ୍ ଅପ୍ ବୋତାମକୁ କ୍ଲିକ୍‌ କରନ୍ତୁ। ସାଧାରଣତଃ ଆପଣଙ୍କର ନାମ ହିଁ ଡିଜିଲକର ଆକାଉଣ୍ଟ୍‌ର ୟୁଜର ନେମ୍‌ ହେବା ଉଚିତ। ପାସ୍‌ୱାର୍ଡ଼ଟି ୮ରୁ ୩୦ଟି ସଂକେତାକ୍ଷର ମଧ୍ୟରେ ହେବା ଉଚିତ ଏବଂ ତହିଁରେ ଅନ୍ୟୂନ ୧ଟି ଅକ୍ଷର, ୧ଟି ଅଙ୍କ ଏବଂ ୧ଟି ସ୍ୱତନ୍ତ୍ର ସଂକେତ ରହିବ। ସେହି ସ୍ୱତନ୍ତ୍ର ସଂକେତ ମଧ୍ୟରେ କେବଳ ହାଶ୍‌ (#), ତାରକା (*), ଡଲାର ($), ଏବଂ ଆଟ୍‌ (@) ରହିପାରିବ।
  4. ଭାରତର ସ୍ୱତନ୍ତ୍ର ପରିଚୟ କର୍ତୃପକ୍ଷ ଦେଇଥିବା ଆପଣଙ୍କର ଆଧାର ନମ୍ବର ଭରନ୍ତୁ ଏବଂ ସବ୍‌ମିଟ୍‌ ବୋତାମରେ କ୍ଲିକ୍‌ କରନ୍ତୁ।
  5. ଆଧାର ଆଡୁ ପାଇଥିବା ଓ.ଟି.ପି. ଭରିକି ଭେରିଫାଏ ବୋତାମରେ କ୍ଲିକ୍‌ କରନ୍ତୁ।
  6. ବକ୍ସରେ ଦିଆଯାଇଥିବା ପାଠ୍ୟକୁ ଯଥା ଜାଗାରେ ଟାଇପ୍‌ କରି ଭେରିଫାଏ ବୋତାମ ଉପରେ କ୍ଲିକ୍‌ କରନ୍ତୁ ।
  7. ଯଥା ଘରଗୁଡ଼ିକରେ ନିଜର ଜନ୍ମତାରିଖ, ନାମ ଓ ଲିଙ୍ଗ ଉଲ୍ଲେଖ କରନ୍ତୁ।
  8. ପରଦାର ସବା ଉପର ବାମପଟ କୋଣରେ ନିଜର ଇମେଲ ଠିକଣା ଭରିକି ତାହାକୁ ଯାଞ୍ଚ କରାଇ ନିଅନ୍ତୁ। କାରଣ ଆପଣ ଡିଜିଲକରରୁ ଏକ ଇମେଲ ପାଇବେ। ନିଜର ପ୍ରୋଫାଇଲ ସବିଶେଷକୁ ଅଦ୍ୟତନ କରିବାକୁ ସେହି ଇମେଲରେ ଥିବା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।

୬. ମୋ ରିପୋର୍ଟ ପ୍ରସ୍ତୁତି

‘‘ମୋ ରିପୋର୍ଟ ପ୍ରସ୍ତୁତି’’ (ମେକ୍‌ ମାଇଁ ରିପୋର୍ଟ) ହେଉଛି ଏକ ଅନ୍‌ଲାଇନ୍‌ ବିବରଣୀ ପ୍ରସ୍ତୁତକାରୀ ବ୍ୟବସ୍ଥା। ତଟକା ରିପୋର୍ଟ ପ୍ରସ୍ତୁତି ପାଇଁ ଏହା ଏକ ସରଳ ଓ ତ୍ୱରିତ ବ୍ୟବସ୍ଥା। ଏଥିରେ କାର୍ଯ୍ୟକ୍ଷେତ୍ର କାର୍ଯାଳୟ ଗୁଡ଼ିକୁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ସୂଚନା ପ୍ରଦାନ କରି ସୂଚନା ସଂଗ୍ରଂହ କରିବା ଓ ତଳସ୍ତର ଦପ୍ତର ବ୍ୟବହାରକାରୀଙ୍କ ଠାରୁ ଆରମ୍ଭ କରି ନିର୍ଦିଷ୍ଟ ଆବଶ୍ୟକତା ଭିତ୍ତିକ ତଥ୍ୟ ସଂଗ୍ରହ ପାଇଁ ଏହାକୁ ବ୍ୟବହାର କରାଯାଏ। ଏହାର ପ୍ରଶାସକ ଏଥିରେ ଏକାଧିକ ସଂପର୍କକୁ ଯୋଗ କରିପାରିବେ। ଏହି ଆପ୍ଲିକେସନରେ ସୂଚନା ଗୁଡ଼ିକୁ ସଂକଳନ କରି ତୁରନ୍ତ ସୂଚନା ଏକତ୍ର କରାଯାଇ ପାରିଥାଏ। ସଂଗୃହୀତ ତଥ୍ୟପୁଞ୍ଜରେ ପ୍ରଶାସକ ଆବଶ୍ୟକତା ଅନୁସାରେ ବିଭିନ୍ନ ସମୟରେ ଅତିରିକ୍ତ ସଂପର୍କକୁ ମିଶାଇ ଆବଶ୍ୟକ ବିବରଣୀ ପ୍ରସ୍ତୁତ କରିଥାଆନ୍ତି। ପ୍ରଶାସକ ଆବଶ୍ୟକତା ଅନୁସାରେ ସଂପର୍କଗୁଡ଼ିକୁ ଚୟନ କରି ବିବରଣୀ ପ୍ରସ୍ତୁତି ଦାୟିତ୍ୱ ନ୍ୟସ୍ତ କରିବା ସହ ତଥ୍ୟ ସଂଗ୍ରହ କରିଥାଆନ୍ତି। କ୍ଷେତ୍ର ସ୍ତରର ସମସ୍ତ କର୍ମଚାରୀ ନିଜର ୟୁଜର ଆଇଡି ଓ ପାସ୍‌ୱାର୍ଡ ବଳରେ ୱେବ୍‌ ଆପରେ ଆବଶ୍ୟକ ସୂଚନା ଦାଖଲ କରିଥାଆନ୍ତି, ଯାହା ସ୍ୱତଃ ସଂକଳିତ ହୁଏ ଏବଂ ପ୍ରଶାସକଙ୍କୁ ସମାହିତ ସୂଚନା ଦେଇଥାଏ।

୭. ବାୟୋମେଟ୍ରିକ୍‌ ଉପସ୍ଥାନ ପ୍ରଣାଳୀ

ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ହେଉଛି, ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏକ ସୃଜନଶୀଳ ବ୍ୟବସ୍ଥା। ସମୁଦାୟ ବିଦ୍ୟାର୍ଥୀ ସଂଖ୍ୟାକୁ ଧ୍ୟାନ ଦେଇ ସେହି ମତେ ଶିକ୍ଷାନୁଷ୍ଠାନର ଉପଯୁକ୍ତ ସ୍ଥଳରେ ଲାନ୍‌ ସହ ସଂଯୁକ୍ତ ହୋଇଥିବା ଏକାଧିକ ବାୟୋମେଟ୍ରିକ୍‌ ଯନ୍ତ୍ର ପ୍ରତିସ୍ଥାପିତ ହୋଇଥାଏ। ପ୍ରତିଦିନ ଶିକ୍ଷାନୁଷ୍ଠାନର ଲୋକାଲ ସର୍ଭରରୁ ଉପସ୍ଥାନ ତଥ୍ୟ ଅନୁପ୍ରସାରିତ ହୋଇ ଏନ୍‌ଆଇସି-ଭୁବନେଶ୍ୱର ଦ୍ୱାରା ବିକଶିତ ରାଜ୍ୟ ପ୍ରୟୋଗ ପୋର୍ଟାଲ ସର୍ଭରରେ ସଂରକ୍ଷିତ ହୋଇଥାଏ। ବିଦ୍ୟାର୍ଥୀଙ୍କର ଦୈନିକ ଉପସ୍ଥାନ ଅନୁଷ୍ଠାନ ଦ୍ୱାରା ତଦାରଖ ହେବା ସହ ପରିଷଦ ଦ୍ୱାରା ମଧ୍ୟ ତଦାରଖ ହୋଇଥାଏ ଏବଂ ସେମିଷ୍ଟର କାଳ ମଧ୍ୟରେ ଯେଉ ବିଦ୍ୟାର୍ଥୀମାନଙ୍କର ଆବଶ୍ୟକତ ଶତକଡ଼ା ହାରରେ ଉପସ୍ଥାନ ରହିଥାଏ, ସେହିମାନେ କେବଳ ପରୀକ୍ଷାରେ ବସିବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି।

୮. ଇ-ପ୍ରଶ୍ନପତ୍ର ବଣ୍ଟନ ବ୍ୟବସ୍ଥା

ପରୀକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଏହା ଏକ ମହା ପଦକ୍ଷେପ। ୨୦୧୭ ଶୀତଋତୁ ଅଧିବେଶନର ପରୀକ୍ଷା ଠାରୁ ଏହି ବ୍ୟବସ୍ଥାକୁ ପ୍ରୟୋଗ କରିବାରେ ‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ’’ ହେଉଛି ସାରା ଦେଶରେ ପ୍ରଥମ ପରୀକ୍ଷା ପରିଚାଳନାକାରୀ ସଂସ୍ଥା। ଏହି ପ୍ରକ୍ରିୟାରେ ଯାନ୍ତ୍ରିକ ଡିପ୍ଲୋମା ପ୍ରଶ୍ନପତ୍ର ଗୁଡ଼ିକୁ ତଥ୍ୟ କେନ୍ଦ୍ରରେ ସୁରକ୍ଷିତ ରଖାଯାଏ ଏବଂ ସଂପୂର୍ଣ ଗୋପନୀୟ ଏନ୍‌କ୍ରିପ୍‌ଟେଡ୍‌ ରୂପରେ ପରୀକ୍ଷାର କିଛି ସମୟ ପୂର୍ବରୁ ପରୀକ୍ଷାକେନ୍ଦ୍ରକୁ ପଠାଯାଏ। ଏଥିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ଯାହାକୁ ଭେଦ କରିବା କଠିନ। ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକର ଅଧୀକ୍ଷକମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଶ୍ନ ଗୁଡ଼ିକୁ ଡାଉନଲୋଡ କରି ମୁଦ୍ରିତ ପ୍ରଶ୍ନପତ୍ର ଗୁଡ଼ିକୁ ପରୀକ୍ଷା ଗୃହରେ ବଣ୍ଟନ କରିଥାଆନ୍ତି। ଏହି ବ୍ୟବସ୍ଥା ଦ୍ୱାରା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେବାର କୌଣସି ଭୟ ନଥାଏ ଏବଂ ପ୍ରଶ୍ନପତ୍ର ମୁଦ୍ରଣରେ ହେଉଥିବା ଖର୍ଚ୍ଚକୁ ମଧ୍ୟ କମା ଯାଇପାରିଥାଏ।

୯. ଶୁଳ୍କର ଅନ୍‌ଲାଇନ୍‌ ଦେୟ ଓ ପ୍ରାପ୍ତି

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା ବିଭିନ୍ନ ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତି କୌଶଳଗୁଡ଼ିକୁ ଗ୍ରହଣ କରିଛି। ଯାହାଦ୍ୱାରା ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ମାନଙ୍କୁ ଉନ୍ନତ ସେବା ପ୍ରଦାନ କରିପାରୁଛି। ଏହି କ୍ରମରେ ଅନ୍‌ଲାଇନ୍‌ ଦେୟ ଦାଖଲ ବ୍ୟବସ୍ଥା ଏକ ଭଲ ଉଦାହରଣ। ବର୍ତ୍ତମାନ ଅନୁଷ୍ଠାନ ମାନେ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଞ୍ଜୀକରଣ ଶୁଳ୍କ ଓ ପରୀକ୍ଷା ଫର୍ମ ପୂରଣ ଶୁଳ୍କ ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ କରୁଛନ୍ତି। ଅନ୍ୟ ସମସ୍ତ ନେଣଦେଣ ମଧ୍ୟ ଅନୁଷ୍ଠାନମାନେ ଅନ୍‌ଲାଇନ୍‌ ମାଧ୍ୟମରେ କରୁଛନ୍ତି। ସେହିପରି ପ୍ରଶ୍ନପତ୍ର ପ୍ରସ୍ତୁତକାରୀଙ୍କ ପାରିତୋଷିକ, ମୂଲ୍ୟାଙ୍କନକାରୀ, ସେବାପ୍ରଦାନକାରୀ ଆଦିଙ୍କ ପ୍ରାପ୍ୟ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଛି।

ଅନ୍‌ଲାଇନ୍‌ ସେବା ହାସଲ ପାଇଁ ବ୍ୟବହାର ଅନୁସରଣିକା

ବିଭିନ୍ନ ସମିତି

ପରିଷଦର ବିଭିନ୍ନ ସମିତି ପରିଷଦର ବିଭିନ୍ନ ଅନୁଭାଗ ଯେପରି ଅର୍ଥ, ପରାମର୍ଶ ସମିତି, ନିରୀକ୍ଷଣ ମୂଲ୍ୟାୟନ ସମିତି, କାର୍ଯ୍ୟ ନିର୍ବାହୀ ସମିତି ଇତ୍ୟାଦିର କାର୍ଯ୍ୟ ଦେଖାରେଖା କରନ୍ତି / ପରିଷଦର କାର୍ଯ୍ୟକଳାପସୁବ୍ୟବସ୍ଥିତ କରିବା ନିମନ୍ତେ ପରାମର୍ଶଦାତା ସମିତି ନୂତନ ପଦକ୍ଷେପ ସମ୍ବନ୍ଧରେ ପରାମର୍ଶ ଦେଇଥାନ୍ତି
କ୍ରମାନ୍ବୟ ରେ ଦାୟିତ୍ୱ ଗୁଡିକ:

ଉପଦେଷ୍ଟା ସମିତି
କ୍ରମ ପଦ ପଦନାମ
ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ  ଓଡ଼ିଶା, କଟକ ଅଧ୍ୟକ୍ଷ  (ସଭାଧ୍ୟକ୍ଷ)
କୁଳପତି,  ବିପିୟୁଟି ବା ତାଙ୍କ ପ୍ରତିନିଧି ସଦସ୍ୟ
ଉପାଧ୍ୟକ୍ଷ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱର ସଦସ୍ୟ
ମହାପ୍ରବନ୍ଧକ, କେନ୍ଦ୍ରୀୟ ଟୁଲ୍‌ରୁମ୍‌ ଓ ତାଲିମ କେନ୍ଦ୍ର, ଭୁବନେଶ୍ୱର ସଦସ୍ୟ
ଓଡ଼ିଶା ସରକାରଙ୍କ ଅଧିକାରୀ ପ୍ରତିନିଧି/ ସରକାରଙ୍କ ଯୁଗ୍ମସଚିବ,‘‘ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ’’,  ଭୁବନେଶ୍ୱରଙ୍କ  ବୈଷୟିକ ଶିକ୍ଷା ଯିଏ ଦେଖାଚାହାଁ କରୁଥିବେ ସଦସ୍ୟ
ଅଧ୍ୟକ୍ଷ ଶିଳ୍ପ ତାଲିମ ପ୍ରତିଷ୍ଠାନ ବେସରକାରୀ ଡିପ୍ଲୋମା ପ୍ରତିଷ୍ଠାନର ଜଣେ ପ୍ରତିନିଧି ସଦସ୍ୟ
ଅଧ୍ୟକ୍ଷ, ସମ୍ବଲପୁର ଶିଳ୍ପ ତାଲିମ ପ୍ରତିଷ୍ଠାନ ବାଲେଶ୍ୱର(ବେସୀକାରୀ ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ମଧ୍ୟରୁ ଜଣେ ପ୍ରତିନିଧି) ସଦସ୍ୟ
ଉପଦେଷ୍ଟା ସମିତି ପରାମର୍ଶ ଦିଅନ୍ତି ଯେ ପରିଷଦର କାର୍ଯ୍ୟାବଳୀଗୁଡ଼ିକୁ ଧାରାରେ ପକାଇବା ପାଇଁ ନୂଆ ପ୍ରୟାସ ହାତକୁ ନିଆଯିବ

ଅର୍ଥ ସମିତି
କ୍ରମ ପଦ ପଦନାମ
ଉପାଧ୍ୟକ୍ଷ, ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ରାଜ୍ୟ ପରିଷଦ ଅଧ୍ୟକ୍ଷ  (ସଭାଧ୍ୟକ୍ଷ)
ଆର୍ଥିକ ପରାମର୍ଶଦାତା ତଥା ଯୁଗ୍ମ ସଚିବ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସଦସ୍ୟ
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପ୍ରତିନିଧି ସଦସ୍ୟ
ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଓଡ଼ିଶାର ବୈଷୟିକ ଶିକ୍ଷା ବୁଝୁଥିବା ଉପ ନିର୍ଦ୍ଦେଶକ ସଦସ୍ୟ
ସଚିବ, ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦ ସଦସ୍ୟ
  •  କାର୍ଯ୍ୟନିର୍ବାହୀ ସମିତିରେ ଉପସ୍ଥାପନ ହେବାକୁ ଥିବା ବାର୍ଷିକ ବଜେଟ ପ୍ରସ୍ତୁତ କରିବା
  • ପରିଷଦର ଆର୍ଥିକ ସମ୍ୱନ୍ଧୀୟ  ସମସ୍ତ ବିଷୟରେ କାର୍ଯ୍ୟ ନିର୍ବାହୀ ସମିତିର ପରାମର୍ଶ ଉପରେ ମତାମତ ଦେବା
  • ନୁତନ ଖର୍ଚ୍ଚ ପ୍ରସ୍ତାବ ଅନୁଧ୍ୟାନ କରିବା ଏବଂ କାର୍ଯ୍ୟକାରୀ ସମିତିକୁ ପରାମର୍ଶ ଦେବା
  • ଆର୍ଥିକ ଅଟକଳରେ ଦିଆଯାଇଥିବା ପ୍ରତି ମାସର ଆୟ ଓ ବ୍ୟୟର ବିବରଣୀ ଅନୁଧ୍ୟାନ କରିବା ଏବଂ ପରିଷଦର ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ବିଷୟ ଗୁଡ଼ିକ ଉପରେ କାର୍ଯ୍ୟନିର୍ବାହୀ ସମିତିକୁ ଆବଶ୍ୟକ ବିବରଣୀ ଓ ପରାମର୍ଶ ପ୍ରଦାନ କରିବା
  • ଆବଶ୍ୟକ ସ୍ଥଳେ ବଜେଟ ଅଟକଳ ସଂଶୋଧନ କରିବା ପାଇଁ କାର୍ଯ୍ୟନିର୍ବାହୀ ସମିତିକୁ ପ୍ରସ୍ତାବ ଦେବା
  • ଓଡ଼ିଶା ସରକାରଙ୍କ ଆର୍ଥିକ ନିୟମାବଳୀ ଓ ସେଥିରେ ଥିବା ବ୍ୟବସ୍ଥା ଅନୁସାରେ ନିୟମ ପ୍ରସ୍ତୁତ କରିବା ଏବଂ ସରକାରଙ୍କ ଷ୍ଟାଣ୍ଡ଼ିଂ ଆଦେଶ ଅନୁସାରେ ଓ କାର୍ଯ୍ୟନିର୍ବାହୀ ସମିତିର ଅନୁମୋଦନରେ ପରିଷଦରେ ପ୍ରଚଳିତ ହିସାବ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିବା
  • ପରିଷଦର ଆର୍ଥିକ ବିଷୟ ସହ  ସମ୍ବନ୍ଧିତ ଅନ୍ୟ କୈାଣସି ବିଷୟ ବିଚାର ପାଇଁ ଆସିଲେ ତାହା ବିଚାର କରିବା
  • ବର୍ଷକୁ ଅନ୍ତତଃ ପ୍ରତି ତିନି ମାସରେ ଥରେ ଆର୍ଥିକ ସମିତିର ବୈଠକ ଅନୁଷ୍ଠିତ ହେବ

ନିରୀକ୍ଷଣ  ମୂଲ୍ୟାୟନ ସମିତି
କ୍ରମ ପଦ ପଦବୀ
ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ତାଲିମ, ଓଡ଼ିଶା, କଟକ ଅଧ୍ୟକ୍ଷ (ସଭାଧ୍ୟକ୍ଷ)
ଯୁଗ୍ମ ନିର୍ଦ୍ଦେଶକ (ପାଠ୍ୟକ୍ରମ) ସଦସ୍ୟ
ଅଧ୍ୟକ୍ଷ ଟି.ଟି.ଟି. ଆଇ., କଲିକତାଙ୍କ ପ୍ରତିନିଧି ସଦସ୍ୟ
ସି,ଏସ୍.ଟି.ଏ. ଆର.ଆଇ. ନିର୍ଦ୍ଦେଶକଙ୍କ ପ୍ରତିନିଧି ସଦସ୍ୟ
ନାଲ୍‌କୋର ପ୍ରତିନିଧି ସଦସ୍ୟ
ସି.ଆଇ.ଆଇ. ଭୁବନେଶ୍ୱରର ପ୍ରତିନିଧି ସଦସ୍ୟ
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରତିନିଧି ସଦସ୍ୟ
ସଚିବ, ବୈଷୟିକ ଶିକ୍ଷା ଓ ଧନ୍ଦାମୁଳକ ତାଲିମ ରାଜ୍ୟ ପରିଷଦ ସଦସ୍ୟ
  • ସହ ବନ୍ଧନ ପାଇଁ ଆସିଥିବା ଆବେଦନ ଯାଞ୍ଚ କରି ଆବଶ୍ୟକ ସୁପାରିଶ ସହ ସଂପୃକ୍ତ ବୋର୍ଡ଼, ଏ.ଆଇ.ସି.ଟି.ଇ. ଏବଂ ଏନ.ସି.ଭି.ଟି କୁ ପଠାଇବା
  • ସହବନ୍ଧନ ଏବଂ ସହବନ୍ଧନ ବାତିଲ ପାଇଁ ସମିତିର ଯେ କୈାଣସି ଆବଶ୍ୟକ ସୂଚନା ହାସଲ କରିବାର ଅଧିକାର ରହିଛି
  • ଆବଶ୍ୟକ ସ୍ଥଳେ ନିରୀକ୍ଷଣ ଅଧିକାରୀ ନିଯୁକ୍ତ କରି ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଶିକ୍ଷାଦାନର ମାନ  ଓ ପାଠ୍ୟକ୍ରମ
  • ସଂପୂର୍ଣ୍ଣ ହୋରଇଛି କି ନାହିଁ ମୂଲ୍ୟାୟନ କରିବା ଏ.ଆଇ.ସି.ଟି.ଇ. ଓ ଡ଼ି.ଜି.ଟି ଦ୍ୱାରା ନିର୍ଦ୍ଧାରିତ ପ୍ରକ୍ରିୟା  ଅନୁସାରେ ସହବନ୍ଧନ ପାଇଁ ସୁପାରିଶ କରିବା

କାର୍ଯ୍ୟ ନିର୍ବାହୀ ସମିତି
କ୍ରମ ପଦ ପଦ ନାମ
ଉପାଧ୍ୟକ୍ଷ, ଏସ୍.ସି.ଟି.ଇ.ଏବଂ ଭିଟି ଅଧ୍ୟକ୍ଷ (ସଭାଧ୍ୟକ୍ଷ)
ଡ଼ି.ଟି.ଇ.ଟି.ଦ୍ୱାରା ମନୋନୀତ ପ୍ରାର୍ଥୀ ସଦସ୍ୟ
ନିୟୋଜନ ନିର୍ଦ୍ଦେଶକ, ଓଡ଼ିଶା କିମ୍ବା ତାଙ୍କର ପ୍ରତିନିଧି ସଦସ୍ୟ
ଉପନିର୍ଦ୍ଦେଶକ ତଥା ସରକାରଙ୍କ ଉପସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଦସ୍ୟ
ସଚିବ,ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ସଦସ୍ୟ
  • ଆସବାବ ଉପଲବ୍ଧ କରିବା କିମ୍ବା କ୍ରୟ କରିବା
  • ପରିଷଦର ମୋହରର  ବ୍ୟବହାର ଓ ସୁରକ୍ଷା  ସୁନିଶ୍ଚିତ କରିବା
  • ପରିଷଦରେ କର୍ମଚାରୀଙ୍କ ଆବଶ୍ୟକ ସଂଖ୍ୟା, ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା,ନିଯୁକ୍ତି ସହିତ ସେବା ସର୍ତ୍ତ, ଅନୁଶାସନ, ଛୁଟି,ପେନସନ୍,ଭବିଷ୍ୟନିଧି ପାଣ୍ଠି  ସୁବିଧା ଆଦି ସ୍ଥିର କରିବା
  • ପରିଷଦ ଅଧୀନରେ କାର୍ଯ୍ୟ କରିବା ପାଇଁ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଓ ତାଙ୍କ ତଳେ କାର୍ଯ୍ୟ କରିବା ପାଇଁ  କର୍ମଚାରୀ ଚୟନ ଓ ସେମାନଙ୍କ ନିୟୋଜନପରିଷଦର ନିୟନ୍ତ୍ରଣରେ ଥିବା ସମସ୍ତ ସମ୍ପତ୍ତି ଓ ପାଣ୍ଠିର ନିର୍ଧାରିତ ଉଦ୍ଦେଶ୍ୟରେ ସଞ୍ଚାଳନ
  • ପରିଷଦର କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ମାନଙ୍କର ଗସ୍ତ ଖର୍ଚ୍ଚ ଓ ଭତ୍ତା ସ୍ଥିର କରିବା
  • ଦୈନନ୍ଦିନ କାର୍ଯ୍ୟ ନିର୍ବାହ ପାଇଁ ନିଜସ୍ୱ ନିୟମାବଳୀ ପ୍ରସ୍ତୁତ କରିବା
  • ପରିଷଦ ପରିଚାଳନାଧୀନ ବିଷୟ ଗୁଡ଼ିକ ସ୍ଥିର କରିବା
  • ପରିଷଦର ବଜେଟ ଅଟକଳ ପ୍ରସ୍ତୁତ କରିବା
  • ପ୍ରତିଷ୍ଠାନର ଯେ କୈାଣସି ପଦବୀ ମଞ୍ଜୁର,ସ୍ଥଗିତ କିମ୍ବା ଉଚ୍ଛେଦ କରିବା
  • ଆବଶ୍ୟକ ଦେୟ ଆଦାୟ କରିବା
  • ଅଣ ଆବର୍ତ୍ତୀ ବ୍ୟୟକୁ ସେହି ଗୋଟିଏ ହିସାବରେ ଗୋଟିଏ ବାବଦରୁ ଅନ୍ୟ ବାବଦକୁ ସ୍ଥାନାନ୍ତର
  • ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ନିର୍ଦ୍ଦେଶାବଳୀ ଓ ଉପବିଧି​ରେ ଥିବା ବ୍ୟବସ୍ଥା ଅନୁସାରେ ପ୍ରଦତ୍ତ କ୍ଷମତା ବଳରେ ପ୍ରତ୍ୟକ୍ଷ ଭର୍ତ୍ତିରେ ହେଉଥିବା ସମସ୍ତ ନିଯୁକ୍ତି ଗୁଡ଼ିକର ନିଯୁକ୍ତି କର୍ତ୍ତୃପକ୍ଷ ହେଉଛନ୍ତି କାର୍ଯ୍ୟ ନିର୍ବାହୀ ସମିତି
  • ଆବଶ୍ୟକ ସ୍ଥଳେ ପରିଷଦକୁ ସଂଶୋଧନ ପାଇଁ ପରାମର୍ଶ ଦେବା
  • ଆବଶ୍ୟତା ଅନୁସାରେ ପାଠ୍ୟପୁସ୍ତିକା ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକର ପ୍ରସ୍ତୁତି ଓ ପ୍ରକାଶନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା
  • ପରିଷଦର ଦୈନନ୍ଦିନ କାର୍ଯ୍ୟର ସୁପରିଚାଳନା ପାଇଁ କାର୍ଯ୍ୟ ନିର୍ବାହୀ ସମିତି ଆବଶ୍ୟକତା ଅନୁସାରେ ଉପାଧ୍ୟକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ଓ ସମୟରେ ମିଳିତ  ହୋଇ କାର୍ଯ୍ୟପନ୍ଥା ସ୍ଥିର କରିବା
  • କାର୍ଯ୍ୟ ନିର୍ବାହୀ ସମିତି ବୈଠକ ଆୟୋଜନର  ଅନ୍ତତଃ ଏକ ସପ୍ତାହ ଆଗରୁ ବୈଠକର ସୂଚନା ପ୍ରଦାନ କରିବେ
  • ସ୍ୱଳ୍ପ ଅବଧି ମଧ୍ୟରେ  କାର୍ଯ୍ୟନିର୍ବାହୀ ସମିତିର ସ୍ୱତନ୍ତ୍ର କିମ୍ବା ଜରୁରିକାଳୀନ ବୈଠକ ଡକାଯାଇ ପାରିବ

ପରୀକ୍ଷା ସମିତି
କ୍ରମ ପଦ ପଦବୀ
ଜି.ଏମ୍, ସି.ଟି.ଟି.ସି, ଭୁବନେଶ୍ୱର ଅଧ୍ୟକ୍ଷ  (ସଭାଧ୍ୟକ୍ଷ)
ଅଧ୍ୟକ୍ଷ, ସି.ଇ.ଟି, ଭୁବନେଶ୍ୱର ସହ-ଅଧ୍ୟକ୍ଷ
ଡ଼ି.ଟି.ଇ.ଟି, ଓଡ଼ିଶା କିମ୍ବା ତାଙ୍କର ପ୍ରତିନିଧି ସଭ୍ୟ
ଡ. ଡି.କେ. ସାମନ୍ତରାୟ, ଅଧ୍ୟକ୍ଷ, ଜୟଦେବ ମହାବିଦ୍ୟାଳୟ, ନହରକଣ୍ଟା(ଫାର୍ମାସୀ) ସଭ୍ୟ
ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ ଓ ତାଲିମ ପ୍ରତିଷ୍ଠାନ ମାନଙ୍କର ଅଧ୍ୟକ୍ଷ ସଭ୍ୟ
ପରୀକ୍ଷା ମହାନିୟନ୍ତ୍ରକ, ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପରୀକ୍ଷାର ମୁଖ୍ୟ ସଂଯୋଜକ ସଭ୍ୟ ସଚିବ
ମୁଖ୍ୟ ପରୀକ୍ଷା ସାରଣୀକାର ନିମନ୍ତ୍ରିତ ସଭ୍ୟ
  • ପରିଷଦ ଦ୍ୱାରା ଆୟୋଜିତ ପରୀକ୍ଷା ପରିଚାଳନା ଓ ନିୟନ୍ତ୍ରଣ
  • ପରୀକ୍ଷକ, ପ୍ରଶ୍ନପତ୍ର ପ୍ରସ୍ତୁତକାରୀ/ପ୍ରଶ୍ନପତ୍ର ସମୀକ୍ଷକ ମାନଙ୍କର ନିଯୁକ୍ତି
  • ହିସାବକାରୀ ମାନଙ୍କର ନିଯୁକ୍ତି
  • ପରୀକ୍ଷାର୍ଥୀ,ପରୀକ୍ଷକ,ପରୀକ୍ଷା କେନ୍ଦ୍ର ମାନଙ୍କର ଅଧୀକ୍ଷକ ଓ ପରୀକ୍ଷା ସହ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି/ପ୍ରସ୍ତୁତ କରିବା
  • ପରୀକ୍ଷା କେନ୍ଦ୍ର ଚୟନ ଓ  ପ୍ରତି ପରୀକ୍ଷାର ତାରିଖ ଧାର୍ଯ୍ୟ କରିବା
  • ପରୀକ୍ଷାର୍ଥୀ ମାନଙ୍କ ଆବେଦନ ପାଇଁ ନିର୍ଦ୍ଧାରିତ ଆବେଦନ ଫର୍ମ ଓ ସଫଳ ପରୀକ୍ଷାର୍ଥୀ ମାନଙ୍କୁ ଦିଆଯିବାକୁ ଥିବା ପ୍ରମାଣପତ୍ର ଫର୍ମ ପ୍ରସ୍ତୁତ କରିବା
  • କପି/ନକଲ ମାମଲା ଗୁଡ଼ିକର ବିଚାର କରି ଦୋଷୀ ପ୍ରାର୍ଥୀ ମାନଙ୍କୁ ଦଣ୍ଡବିଧାନ କରିବା
  • ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ କେନ୍ଦ୍ର ସ୍ଥିର କରିବା
  • ବିଭିନ୍ନ ପରୀକ୍ଷା ପାଇଁ ଦେବାକୁ ଥିବା ଦେୟ ଧାର୍ଯ୍ୟ କରିବା
  • ସାମୟିକ ପ୍ରମାଣପତ୍ର ଓ ସ୍ଥାନାନ୍ତରଣ ପ୍ରମାଣପତ୍ର ନିର୍ଗମନ ପାଇଁ ନିର୍ଦ୍ଧାରିତ ଦେୟ ସୁପାରିଶ କରିବା
  • ମୂଲ୍ୟାୟନ ଓ ପୁନଃ ମୂଲ୍ୟାୟନ ପାଇଁ ଦେୟ ସୁପାରିଶ କରିବା
  • ପରୀକ୍ଷା ବ୍ୟବସ୍ଥିତ ଓ ଦକ୍ଷତାର ସହ ଆୟୋଜନ କରିବା  ପାଇଁ ଆବଶ୍ୟକ ଅନ୍ୟାନ୍ୟ ଦେୟ ପାଇଁ ସୁପାରିଶ କରିବା
  • ପରୀକ୍ଷା ଫଳ ଘୋଷଣା କରିବା
  • ପରୀକ୍ଷା ସମ୍ୱନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବା
  • ସରକାରୀ ଆଦେଶାବଳୀ, ସୁପାରିଶ, ଦକ୍ଷତା ପରୀକ୍ଷା ଓ ପରୀକ୍ଷା ପରିଚାଳନା ପାଇଁ ସରକାରୀ ଆଦେଶାବଳୀର ଉଲ୍ଲଙ୍ଘନ କରୁନଥିବା ଅନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା

ପାଠ୍ୟଖସଡ଼ା ଓ ଶିକ୍ଷଣ ସାଧନ ବିକାଶ ସମିତି
କ୍ରମ ପଦ ପଦବୀ
ଉପାଧ୍ୟକ୍ଷ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ, ଓଡ଼ିଶା ଅଧ୍ୟକ୍ଷ  (ସଭାଧ୍ୟକ୍ଷ)
ଉପନିର୍ଦ୍ଦେଶକ  (ସି.ଡି.ସି. ଓ ଏଫ୍‌.ଡି.), ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ, ଓଡ଼ିଶା ସଦସ୍ୟ
ବୈଷୟିକ ବିଦ୍ୟାଳୟ, ପଲିଟେକ୍ନିକ ଓ ବୈଷୟିକ ମହାବିଦ୍ୟାଳୟ ମାନଙ୍କର ସମ୍ୱନ୍ଧୀୟ ବିଷୟଗୁଡ଼ିକ ସହ ସମ୍ପୃକ୍ତ ଦୁଇ ଜଣ ବିଷୟ ଶିକ୍ଷକ ସଦସ୍ୟ
କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ସହ ସମ୍ପୃକ୍ତ ଜଣେ ପ୍ରତିନିଧି ସଦସ୍ୟ
ଏନ. ଆଇ.ଟି.ଟି.ଟି.ଆର. କୋଲକାତାର ଜଣେ ପ୍ରତିନିଧି ସଦସ୍ୟ
ପରୀକ୍ଷା ନିୟନ୍ତ୍ରକ, ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱର ସଦସ୍ୟ ସଚିବ
  • ଡିପ୍ଲୋମା ଓ ଡିପ୍ଲୋମା ପରବର୍ତ୍ତୀ ପାଠ୍ୟକ୍ରମ ଗୁଡ଼ିକର(ଥିଓରି ଓ ପ୍ରାକ୍ଟିକାଲ) ପାଠ୍ୟଖସଡ଼ା ପ୍ରସ୍ତୁତ କରିବା ।
  • ପାଠ୍ୟଖସଡ଼ାରେ ପରିବର୍ତ୍ତନ
  • ଶିକ୍ଷାଦାନର ପ୍ରଣାଳୀ
  • ପାଠ୍ୟପୁସ୍ତିକା ଓ ପତ୍ରିକା ଇତ୍ୟାଦି ସୁପାରିଶ କରିବା
  • ଶିକ୍ଷାସାଧନ ସାମଗ୍ରିର ବିକାଶ

ସାଂଗଠନିକ ରୂପରେଖ

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌.ଟି.ଇ.ଭି.ଟି.)ର ‘ ଓଡ଼ିଶାରେ-ଦକ୍ଷତାପ୍ରାପ୍ତ ’ କୁ ପୂରା କରିବା ଦିଗରେ ଏହି ପରିଷଦ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି ଶୈକ୍ଷିକ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିବାକୁ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତି କରିବା, ପରୀକ୍ଷା ସଂଚାଳନ ଏବଂ ଆଇଟିଆଇ ଓ ଡିପ୍ଲୋମା ଅନୁଷ୍ଠାନର ପ୍ରଶିକ୍ଷାର୍ଥୀ ଓ ବିଦ୍ୟାର୍ଥୀମାନଙ୍କୁ ପ୍ରମାଣନ କରିବା।

ଆନ୍ତର୍ଜାତୀୟ ମାନର ତାଲିମ ଓ ମୂଲ୍ୟାୟନ ହାସଲ କରିବା ପାଇଁ ନିୟାମକ ନିକାୟ ଏହାର ପ୍ରକ୍ରିୟା ଓ କ୍ରିୟା ଗୁଡ଼ିକରେ ଏକ ବିସ୍ତୃତ ପରିବର୍ତନ ଆଣିବା ପାଇଁ ଚେଷ୍ଟିତ। ଏହାର ଅନେକ କ୍ରିୟା ସବୁ ଅନ୍‌ଲାଇନ୍‌ରେ ସମ୍ଭବ ହେଉଛି; ଯାହା ଦ୍ୱାରା ସଂପୂର୍ଣ ସ୍ୱଚ୍ଛତା ବଜାୟ ରଖିହେଉଛି, ସହଜରେ ଉଭୟ ପ୍ରଶିକ୍ଷାର୍ଥୀ ଓ ଅନୁଷ୍ଠାନମାନେ ହାସଲ କରିପାରୁଛନ୍ତି। ଆମ୍ଭେ ଉତ୍ତରଖାତାଗୁଡ଼ିକର ଇ-ମୂଲ୍ୟାଙ୍କନ କାର୍ଯ୍ୟକାରୀ କରିଛୁ; ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ୍‌ ସେବା(ନକଲି ପ୍ରମାଣପତ୍ର, ଦସ୍ତାବିଜ୍‌ ଯାଞ୍ଚ, ମାଇଗ୍ରେସନ ପ୍ରମାଣପତ୍ର ଆଦିର ), ଅନ୍‌ଲାଇନ୍‌ ପରୀକ୍ଷା କାର୍ଯ୍ୟାବଳୀ, ଡିଜିଲକର ସୁବିଧା ଏବଂ ଫିଗୁଡ଼ିକର ଅନ୍‌ଲାଇନ୍‌ ପୈଠ ଜାରି କରିଛୁ। ସେହିପରି ଅନ୍‌ଲାଇନ୍‌ ପରୀକ୍ଷା, ପ୍ରଶ୍ନପତ୍ରଗୁଡ଼ିକର ଇ-ଚାଲାଣ, ଇ-କାର୍ଯ୍ୟାଳୟ, ଅନ୍‌ଲାଇନ୍‌ ସହବନ୍ଧନ ପ୍ରକ୍ରିୟା ଇତ୍ୟାଦି ପ୍ରଚଳନକୁ ଏହି ଶିକ୍ଷାବର୍ଷରୁ ସୁନିଶ୍ଚିତ କରିବାର ସବୁ ପ୍ରସ୍ତୁତି ସାରିଛୁ।

ଏହି ଅନ୍‌ଲାଇନ୍‌ କ୍ରିୟାଗୁଡ଼ିକୁ ସହଜ ଓ ସୁଗମ କରିବା ପାଇଁ ଏହି ପରିଷଦ ଏହି ନୂଆ ଓ ସ୍ଫୁର୍ତ୍ତିମାନ୍‌ ୱେବ୍‌ପୋର୍ଟାଲ ଆରମ୍ଭ କରିଛି। ଏହି ପୋର୍ଟାଲ ଗୁଣବତ୍ତାସମ୍ପନ୍ନ ସେବା ପ୍ରଦାନ କରିବ, ଯାହା ସମସ୍ତ ଅଂଶଗ୍ରାହୀ, ନିର୍ଦିଷ୍ଟତଃ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ପୂରଣ କରିବ। ବୈଷୟିକ ଶିକ୍ଷା ଓ ଦକ୍ଷତା ନିର୍ମାଣ କ୍ଷେତ୍ରରେ ଆମର ଉଦ୍ୟମ ଓ ସଫଳତା ଗୁଡ଼ିକର ଏହା ଏକ ପ୍ରଦର୍ଶନବାକ୍ସ ଭଳି ହେବ।

ଆମେ ପୋର୍ଟାଲର ନିରନ୍ତର ଉନ୍ନତି ବିଧାନ କରିଚାଲିବୁ, ଯେପରିକି ଏଥିରେ ପ୍ରବେଶ କରିବା ଆହୁରି ସହଜ ଓ ସୁଗମ ହେବ ଏବଂ ଉତ୍ତମ ସେବା ପ୍ରଦାନ କରାଯାଇପାରିବ। ତେଣୁ ମୁଁ ଆହ୍ୱାନ କରୁଛି କି ଆପଣ ପୋର୍ଟାଲକୁ ତନ୍ନତନ୍ନ କରି ଦେଖନ୍ତୁ ପଢ଼ନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ; ଯାହାଫଳରେ ଆମେ ଏଥିରେ ଉନ୍ନତି ଆଣିପାରିବୁ। ଆମର ସାମାଜିକ ମାଧ୍ୟମ ଚ୍ୟାନେଲଗୁଡ଼ିକରେ ଆମ ସହ ସଂପର୍କ କରିପାରିବେ; ଟ୍ୱିଟରରେ
@Sdte_Odisha ଏବଂ ଫେସ୍‌ବୁକ୍‌ରେ @sdteodisha । ସୃଜନଶୀଳ ମାର୍ଗରେ ଉତ୍ତମ ସେବା ପ୍ରଦାନ କରିବାକୁ ଆମେ ସତତ ଚେଷ୍ଟିତ।

ଉଦ୍ଦେଶ୍ୟଗୁଡ଼ିକ

ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି:

ଅଧିକ ପଢ଼ନ୍ତୁ

ସାଂଗଠନିକ ଢାଞ୍ଚା:

ସାଂଗଠନିକ ଢାଞ୍ଚା ଦେଖିବା ପାଇଁ ‘‘ଅଧିକ ପଢ଼ନ୍ତୁ’’ ବୋତାମ ଉପରେ କ୍ଲିକ୍‌ କରନ୍ତୁ

ଅଧିକ ପଢ଼ନ୍ତୁ

ପରିଷଦ ବିଷୟରେ:

ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ(ଏସ୍‌.ଟି.ଇ.ଭି.ଟି.) ହେଉଛି ରାଜ୍ୟର ଡିପ୍ଲୋମା ଓ ଆଇ.ଟି.ଆଇ. ଅନୁଷ୍ଠାନଗୁଡ଼ିକର ପରୀକ୍ଷାକାରୀ ଓ ପ୍ରମାଣପତ୍ର ପ୍ରଦାନକାରୀ ଶୀର୍ଷ ସଂସ୍ଥା। ଏସ୍‌.ଟି.ଇ.ଭି.ଟି. ପରୀକ୍ଷା ପରିଚାଳନା କରେ, ମୂଲ୍ୟାଙ୍କନ କରେ ଏବଂ ପରିଷଦର ପୋର୍ଟାଲରେ ଫଳ ପ୍ରକାଶ କରେ। ଏସ୍‌.ଟି.ଇ.ଭି.ଟି.ର ମୂଳ ବ୍ରତ ହେଉଛି ଗୁଣବତ୍ତା ସଂପନ୍ନ ଓ ସୃଜନଶୀଳ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣର ପ୍ରସାର କରିବା ଏବଂ ବୈଷୟିକ ଅନୁଷ୍ଠାନଗୁଡ଼ିକୁ ଶିଳ୍ପ-କୈନ୍ଦ୍ରିକ ପାଠ୍ୟକ୍ରମ ଖସଡ଼ା ଜରିଆରେ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା। ଭାରତରେ ସାଧାରଣତଃ ବୈଷୟିକ ଶିକ୍ଷା ତିନିଟି ସ୍ତରରେ ପ୍ରଦାନ କରାଯାଇଥାଏ, ତାହା ହେଉଛି: ବ୍ୟାପକ ଭାବରେ ଆଇ.ଟି.ଆଇ., ଡିପ୍ଲୋମା ଓ ଡିଗ୍ରୀ। ଉତ୍ତୀର୍ଣ ହୋଇଥିବା କେତେକ ସ୍ନାତକ ଛାତ୍ର ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହୋଇଥାଆନ୍ତି ତଥା ଗବେଷଣାରେ ସାମିଲ ହୋଇଥାଆନ୍ତି

ଇଂଜିନିୟରିଂ ଓ ପ୍ରଯୁକ୍ତି, ଫାର୍ମାସୀ, ସ୍ଥାପତ୍ୟ, ସୌନ୍ଦର୍ଯ୍ୟଚର୍ଯ୍ୟା, ଚଳଚ୍ଚିତ୍ର ଓ ଦୂରଦର୍ଶନ ଏବଂ ଭେଷଜ ସଂକ୍ରାନ୍ତ ବିଭିନ୍ନ କ୍ଷେତ୍ରରେ ଡିପ୍ଲୋମାଧାରୀମାନଙ୍କୁ ସୃଷ୍ଟି କରିବାରେ ଡିପ୍ଲୋମା ସ୍ତରର ଅନୁଷ୍ଠାନମାନେ ଗୁରୁତ୍ୱପୂର୍ଣ ଭୂମିକା ତୂଲାଇଥାଆନ୍ତି। ଏହି ଡିପ୍ଲୋମା ଉତ୍ତୀର୍ଣମାନେ ଦକ୍ଷତାସମ୍ପନ୍ନ ଟେକ୍‌ନିସିଆନ୍‌, ସୁପରଭାଇଜର ଓ ମଧ୍ୟସ୍ତରୀୟ ବୈଷୟିକ ପ୍ରଶିକ୍ଷିତ ଲୋକଶକ୍ତି ରୂପେ ଶିଳ୍ପକ୍ଷେତ୍ର/ ସରକାରୀ ବିଭାଗ/ ସାଧାରଣ ଉଦ୍ୟୋଗ କ୍ଷେତ୍ର/ପ୍ରତିରକ୍ଷା/ରେଳବାଇ ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ସେବାବୃତ୍ତ ହୋଇଥାଆନ୍ତି। ଇସ୍ପାତ, ସ୍ପଞ୍ଜ୍‌ ଲୌହ, ବିଦ୍ୟୁତ୍‌, ରସ(ଆଲୁମିନିୟମ୍‌), ସୂଚନା ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ କାରଣରୁ ବିଭିନ୍ନ ବୃହତ୍‌ ଘରୋଇ କମ୍ପାନୀ ଯଥା: ଜିନ୍ଦଲ, ବେଦାନ୍ତ, ଏସାର ଷ୍ଟିଲ୍‌ ଇତ୍ୟାଦିରେ ସୁଯୋଗ ସୃଷ୍ଟି ହେଉଛି। ରହିଥିବା ସାଧାରଣ ଉଦ୍ୟୋଗଗୁଡ଼ିକ ଯେମିତିକି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌, ନାଲ୍‌କୋ, ଏନ୍‌.ଟି.ପି.ସି., ଇବ୍‌ ଭ୍ୟାଲୀ ପ୍ରକଳ୍ପ ଇତ୍ୟାଦି ମଧ୍ୟ ରହିଛି। ଦେଶର ପୂର୍ବ ଭାଗରେ ଓଡ଼ିଶା ଏକ ଶିଳ୍ପାୟନର କେନ୍ଦ୍ରସ୍ଥଳରେ ପରିଣତ ହେଉଛି। ଏହି ସବୁ ଦୃଷ୍ଟିରୁ ଡିପ୍ଲୋମାଧାରୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିର ନିଶ୍ଚିତ ସମ୍ଭାବନାକୁ ସାମନା କରିବାକୁ ‘‘ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍‌ନିକାଲ ଏଜୁକେସନ୍‌’’ ଏବଂ ରାଜ୍ୟ ସରକାରଙ୍କ ମାନକ ଆଧାରରେ ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ଭୁବନେଶ୍ୱରଙ୍କ ସହବନ୍ଧନ ଅନୁଯାୟୀ ବହୁ ସଂଖ୍ୟାରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ବହୁବୃତ୍ତିକ (ପଲିଟେକ୍‌ନିକ୍‌) ଶିକ୍ଷାକୁ ସଂପ୍ରସାରିତ କରିବା ପାଇଁ ଏବଂ ସେଗୁଡ଼ିକ ଜରିଆରେ ରାଜ୍ୟରେ ଗୁଣଶବତ୍ତାସମ୍ପନ୍ନ ବୈଷୟିକ ଶ୍ରମଶକ୍ତି ସୃଷ୍ଟି କରିବାକୁ ସରକାର ବେଶ୍‌ ଆଗ୍ରହୀ ଅଛନ୍ତି।

ପ୍ରଶାସନ ଓ ପ୍ରଣାଣନ

ରାଜ୍ୟର ସରକାରୀ ପଲିଟେକ୍‌ନିକ୍‌/ଇଂଜିନିୟରିଂ ସ୍କୁଲ୍‌ ଗୁଡ଼ିକ ରହୁଛି ‘‘ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟ’’ (ଡି.ଟି.ଇ.ଏଣ୍ଡ୍‌ ଟି.), ଓଡ଼ିଶା, କଟକ ତଥା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ୱର ଅଧୀନରେ ରହୁଛି। ବିଜୁ ପଟ୍ଟନାୟକ ଓଡ଼ିଶା ଫିଲ୍ମ ଟେଲିଭିଜନ ଅନୁଷ୍ଠାନ (ବିପିଏଫ୍‌ଟିଆଇଓ), କଟକ; ଇନ୍ଦିରା ଗାନ୍ଧି ବୈଷୟିକ ଅନୁଷ୍ଠାନ (ଆଇ.ଜି.ଆଇ.ଟି.), ସରାଙ୍ଗ ଏବଂ ଆଇ.ଟି.ଟି., ଚୌଦ୍ୱାର ହେଉଛି ପୂର୍ଣ ଅନୁଦାନପ୍ରାପ୍ତ ବହୁବୃତ୍ତିକ ଶିକ୍ଷାନୁଷ୍ଠାନ, ଯାହାକି ପଞ୍ଜୀକୃତ ସମିତି ଦ୍ୱାରା ପରିଚାଳିତ ହେଉଛି। ରାଜ୍ୟର ସମସ୍ତ ଡିପ୍ଲୋମା ପାଠ୍ୟକ୍ରମ ହେଉଛି ‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ’’ (ଏସ୍‌.ଟି.ଇ.ଭି.ଟି.), ଓଡ଼ିଶା ସହବନ୍ଧିତ। କେବଳ ଫାର୍ମାସୀ ପାଠ୍ୟକ୍ରମ ବ୍ୟତୀତ ସବୁ ଟ୍ରେଡ଼୍‌ର ସେମିଷ୍ଟର ପରୀକ୍ଷା ପ୍ରତି ସେମିଷ୍ଟର ଶେଷରେ ସଂଚାଳିତ ହୋଇଥାଏ। ଏସ୍‌.ଟି.ଇ.ଭିତ.ଟି. ସଂଚାଳିତ ଚୂଡ଼ାନ୍ତ ପରୀକ୍ଷାରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଡିପ୍ଲୋମା ପ୍ରଦାନ କରାଯାଇଥାଏ।

ଶ୍ରେଣୀପାଠ୍ୟ ବିକାଶ କାର୍ଯ୍ୟାବଳୀ:

ଶିଳ୍ପ ସମୂହର ଆବଶ୍ୟକତା ଏବଂ ପ୍ରଯୁକ୍ତିର ଅଗ୍ରଗତି ଅନୁଯାୟୀ ପାଠ୍ୟଖସଡ଼ାକୁ ଅଦ୍ୟତନ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି। ଭବିଷ୍ୟତର ଟେକ୍‌ନିସିଆନ୍‌ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନାଚକ୍ର ଓ ପାଠ୍ୟ ସଂକ୍ରାନ୍ତ କାର୍ଯ୍ୟାବଳୀ ନିୟମିତ ଭାବରେ ଆୟୋଜନ କରାଯାଉଛି। ଭବିଷ୍ୟତର ଟେକ୍‌ନିସିଆନ୍‌ମାନେ ଯେପରି ନିର୍ଦିଷ୍ଟ ଭାବେ ଶିଳ୍ପ କ୍ଷେତ୍ରର ଏବଂ ସାଧାରଣରେ ସମାଜର ବିଭିନ୍ନ ଆହ୍ୱାନକୁ ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ସମାନତ୍ୱସମ୍ପନ୍ନ ମୌଳିକ ଜ୍ଞାନ ଓ କୁଶଳ ସାମର୍ଥ୍ୟ ପ୍ରଦାନ କରାଯାଇଥାଏ, ଯାହାକି ଶିଳ୍ପସମୂହ, ଇଂଜିନିୟରିଂ ଓ ପ୍ରଯୁକ୍ତି ସହ ଛାତ୍ରଛାତ୍ରୀମାନଙ୍କ ପରିଚିତି ସହ ସେମାନଙ୍କ ପେସାଦାର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାର ସୁଯୋଗ ରଖାଯାଇଥାଏ।

ଯୋଗାଯୋଗ ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥାଏ। ଏଥିପାଇଁ ସବୁ ସରକାରୀ ବହୁବୃତ୍ତି ଅନୁଷ୍ଠାନଗୁଡ଼ିକରେ ଯୋଗାଯୋଗ ଦକ୍ଷତା ବିଜ୍ଞାନାଗାର ପ୍ରତିଷ୍ଠା କରାଯାଇଛି। ଦଳଗତ ଚେତନାକୁ ବଢ଼ାଇବା ପାଇଁ ଖେଳକୁଦ ଓ ଆନୁଷଙ୍ଗିକ କାର୍ଯ୍ୟାବଳୀ ଯେମିତି ଏନ୍‌.ସି.ସି.(ଜାତୀୟ ସମରଶିକ୍ଷାର୍ଥୀ ବାହିନୀ), ଏନ୍‌.ଏସ୍‌.ଏସ୍‌.(ଜାତୀୟ ସେବା ସଂସ୍ଥା) ବ୍ୟବସ୍ଥା ରଖାଯିବା ସହ ସ୍ୱଳ୍ପମିଆଦୀ ଶୈକ୍ଷିକ ଗସ୍ତ, ଅନୁଷ୍ଠାନ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତା, ଭଲିବଲ୍‌/ଫୁଟ୍‌ବଲ୍‌/କ୍ରିକେଟ୍‌/ଦୌଡ଼କୁଦ ଆଦି ଆୟୋଜନ କରାଯାଇଥାଏ।